Odisha Link
Bridging the Missing Links in Odisha

ସୋପ୍ନେନ୍ଦୁ ମହାନ୍ତି ହେଲେ ଡିଜିଟାଲ ଓ ଅର୍ଥନୈତିକ ଜ୍ଞାନ କୌଶଳ ଉପଦେଷ୍ଟା

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅର୍ଥନୈତିକ ଜ୍ଞାନ କୌଶଳବିତ୍ ତଥା ବଜାର ସଂସ୍କାରକ ଏବଂ ଉନ୍ନତିମୂଳକ ଯୋଜନା ବିଶାରଦ ଶ୍ରୀ ସୋପ୍ନେନ୍ଦୁ ମହାନ୍ତିଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଏବଂ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଏବଂ ଶ୍ରୀ ମହାନ୍ତି ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରିବେ ।


ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କଠାରୁ ଯୋଜନା ସଂବନ୍ଧୀୟ ପ୍ରତିକ୍ରିୟା ସଂଗ୍ରହ କରି ବିଭାଗୀୟ ମନ୍ତ୍ରୀଙ୍କ ଜରିଆରେ ସଂପୃକ୍ତ ବିଭାଗମାନଙ୍କୁ ଦେବେ । ଯୋଜନାର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଫିଡବ୍ୟାକ୍ ଏବଂ ଆବଶ୍ୟକ ସ୍ଥଳେ ବିଭିନ୍ନ ପ୍ରସ୍ତାବ ମଧ୍ୟ ପ୍ରଦାନ କରିବେ । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଲୋକାଭିମୂଖୀ ଯୋଜନାଗୁଡିକ ଶ୍ରୀ ମହାନ୍ତିଙ୍କ ପ୍ରଚେଷ୍ଟାରେ ଅଧିକ କ୍ରିୟାଶୀଳ ଓ ଫଳପ୍ରସୂ ହେବ ବୋଲି ଆଶା କରାଯାଇଛି ।

Comments are closed.