Odisha Link
Bridging the Missing Links in Odisha

ମାହାଙ୍ଗାରେ ହେଟା ବାଘ ଆତଙ୍କ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା କଲ୍ୟାଣପୁର ଗାଁ ନିକଟରେ ହେଟା ବାଘ ଆତଙ୍କ ଦେଖିବାକୁ ମିଳିଛି। ବାଇକ୍ ଆରୋହୀଙ୍କୁ ଘେରିଲା ବାଘ। ଖବରପାଇ ଘଟଣାସ୍ଥଳରେ ସଫା ବନ ବିଭାଗ ପହଞ୍ଚିଥିଲା। ବାଘକୁ ଘଉଡାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା ବନ ବିଭାଗ।
ପ୍ରଥମେ ଏକ ହେଟା ବାଘକୁ ମାହାଙ୍ଗା ହଂସଦିଆ ଗାଁରେ ୭ଦିନ ତଳେ ସ୍ଥାନୀୟ ଲୋକେ ଦେଖିଥିଲେ। ବନବିଭାଗ ଆସି ଫାଙ୍କା ଗୁଳି ଚାଳନା କରିଥିଲେ। କିନ୍ତୁ ବାଘ ଧରା ପଡିନଥିଲା। ପୁଣି ଗତକାଲି ରାତିରେ ହେଟା ବାଘକୁ ରାସ୍ତାରେ ଦେଖିବାକୁ ମିଳିଥିଲା। ୭ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Comments are closed.