Odisha Link
Bridging the Missing Links in Odisha

ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ ନାଗରିକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ସେବା ପାଇଁ ନାଗରିକ ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ। ଯୋଗାଯୋଗ କରି ଥାନାଧିକାମାନେ ନାଗରିକଙ୍କୁ ସେବା ଯୋଗାଇ ଦେବେ। ଏଭଳି କରୁଥିବା ଥାନାଧିକାରୀଙ୍କୁ ପୁରସ୍କୃତ କରାଯିବ ଆଉ ଏଥିରେ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ଗାନ୍ଧୀ ଜୟନ୍ତରୁ ଆରମ୍ଭ ହେବାକୁ ଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀ ନପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ‘ମୋ ସରକାର’ କାର୍ଯ୍ୟକାରିତା ନେଇ ବିଭିନ୍ନ ଥାନାର ଆଇଆଇସିଙ୍କୁ ଅବଗତ କରାଯାଇଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ମୋଟ ୬୩୫ ଥାନା ଆଇଆଇସିଙ୍କୁ ଅବଗତ କରାଯାଇଥିଲା। ଏହି ବୈଠକରେ ୫-ଟିରେ ଭଲ କାମ କଲେ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।
ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଣିକି ପ୍ରତ୍ୟେକ ଦିନ ୧୦ ଅଭିଯୋଗକାରୀଙ୍କ ସହ ସିଧା କଥା ହେବେ। ଖାଲି ସେତିକି ନୁହେଁ ଥାନାରେ ବ୍ୟବହାର ଓ ସେବା ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିବେ। ଭଲ କାମ କରିଥିଲେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ପତ୍ର ଦେବେ। କାମ ସନ୍ତୋଷଜନକ ନହୋଇଥିଲେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ ହେବ। ପଞ୍ଜିକୃତ ଫୋନ ନମ୍ବର ଏସପିଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବ। ସେବା ପାଇଁ ନାଗରିକ ଏବେ ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ। ଯୋଗାଯୋଗ କରି ଅଧିକାରୀମାନେ ନାଗରିକଙ୍କୁ ସେବା ଯୋଗାଇ ଦେବେ। ଅଭିଯୋଗକାରୀ କେବଳ ଥାନାକୁ ଆସିବେ, ଆଉ କେଉଁଠିକୁ ଯିବେନି। ‘ମୋ ସରକାର’ ଯୋଜନାରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ।

Comments are closed.