Odisha Link
Bridging the Missing Links in Odisha

ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କର ଜୀବନ

ଗୋଡା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପୋଖରୀଆପଡ଼। ଗ୍ରାମରେ ଶନିବାର ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତଙ୍କ ନାମ ନୀଳମଣି ସ୍ୱ।ଇଁ। ଶନିବାର ସକାଳେ ସେ ନିଜ ଚାଷ ଜମିରେ କାମ କରୁଥିବା ସମୟରେ ସେହି ସ୍ଥାନରେ ଯାଇଥିବା ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପାଖ ଜମିରେ କାଯ୍ୟ କରୁଥିବା କିଛି ଲୋକ ତାଙ୍କ ପାଖରେ ପହଞ୍ଚିବା ପୂବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ମୃତ ଶରୀରକୁ ନେଇ ଏରସମା ବିଦ୍ୟୁତ କାଯ୍ୟାଳୟ ସମୁଖ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ କରିଛନ୍ତି।

Comments are closed.