Odisha Link
Bridging the Missing Links in Odisha

ଜିତେନ୍ଦ୍ର-ନିରଞ୍ଜନ ଆଲୋଚନା

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶନିବାର ନୂଆଦିଲ୍ଲୀରେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଛନ୍ତି। ରାଜ୍ୟରେ ହେବାକୁ ଥିବା ସାଧାରଣ ପରିଷଦ ବୈଠକ ସମ୍ପର୍କରେ ନିରଞ୍ଜନ ପ୍ରଭାରୀ ଜିତେନ୍ଦ୍ରଙ୍କୁ ଭେଟିଛନ୍ତି। ଆସନ୍ତା ୨୦ରୁ ୩୦ ମଧ୍ୟରେ ସବୁ ରାଜ୍ୟରେ ସାଧାରଣ ବୈଠକ ଅନୁଷ୍ଠିତ ହେବ। ଓଡ଼ିଶାରେ ସାଧାରଣ ପରିଷଦ ଭାଙ୍ଗିଛି, ଯେତିକି ଅଛୁ ବୈଠକରେ ବସିବୁ ବୋଲି ନିରଞ୍ଜନ କହିଛନ୍ତି।
ଏହି ଅବସରରେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନଙ୍କ ବିଷୋଦଗାର ସମ୍ପର୍କରେ ପ୍ରଭାରୀ ଜିତେନ୍ଦ୍ର ସିଂହ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଇତୀଶଙ୍କ ବାବଦରେ ଏନ୍ଏସୟୁଆଇକୁ ଅବଗତ କରିଛୁ।
ପ୍ରକାଶ ଯେ, ଗୁରୁବାର ନୂଆଦିଲ୍ଲୀରେ ଏଆଇସିସି ବୈଠକ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଇତୀଶ ଯୁଦ୍ଧଂଦେହୀ ଡାକରା ଦେଇଥିଲେ। ଇତୀଶ ଏକ ସାମ୍ବାଦିକ ସମ୍ମିଳନୀରେନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିବା ସହ ଚ୍ୟାଲେଞ୍ଜ କରିଥିଲେ।
ଖାଲି ଚ୍ୟାଲେଞ୍ଜ କରିନାହାନ୍ତି ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଚେତବାନୀ ଦେଇଥିଲେ। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଥିଲେ। ସେହିପରି ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି। ପୁଅ ମାଧ୍ୟମରେ ବେପାର କରୁଛନ୍ତି। ଏହାକୁ ସହ୍ୟ କରାଯିବନି ବୋଲି ଇତୀଶ କହିଥିଲେ ।
ଅନ୍ୟପକ୍ଷରେ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ନେଇ ଅକ୍ଟୋବର ୧୫ରୁ ୨୫ ମଧ୍ୟରେ ଆନେ୍ଦାଳନ କରାଯିବ। ଓଡ଼ିଶାରେ ମଧ୍ୟ ଆନେ୍ଦାଳନ ହେବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି।

Comments are closed.