ଋଣ ପାଇଁ ଚାଷୀ ଆତ୍ମହତ୍ୟା!

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଦୋର୍ଲା ଗ୍ରାମରେ ଜଣେ ଚାଷୀ ସୋମବାର ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାମ ଘସିରାମ ମାଝୀ। ଋଣଭାର ଯୋଗୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଘସିରାମ ପ୍ରାୟ ୫ଟି ଏସଏଚଜିରୁ ଋଣ ନେଇ ଜମି କିଣି ଚାଷ କରିଥିଲେ। ଋଣ ଭାର ଅଧିକ ହେବାରୁ ସେ ଶୁଝି ନ ପାରି ଚାପରେ ଥିଲେ। ସୋମବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଋଣ ଚାପରେ ପଡ଼ି ସେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।