Odisha Link
Bridging the Missing Links in Odisha

ପତ୍ର ଥିବା ପରିବା ଦେହପାଇଁ ହିତକର

ଭୁବନେଶ୍ବର :ନିତିଦିନ ଖାଦ୍ୟରେ ପନିପରିବାକୁ ରାନ୍ଧି ତରକାରୀ କିମ୍ବା ଭଜା ଆକାରରେ ଖାଇଥାଉ ।ହେଲେ ପନିପରିବାକୁ ରାନ୍ଧିବା ପରେ ତାର ପୁଷ୍ଟିତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏବଂ ପାଚନ କ୍ରିୟା ମଧ୍ୟ ଦୁର୍ବଳ ହୋଇଥାଏ ।ଆପଣ ଯଦି ସୁସ୍ଥରହିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଭୋଜନରେ ନିୟମିତ ଭାବେ କଞ୍ଚା ପନିପରିବାକୁ ସାମିଲ କରନ୍ତୁ ।


କ’ଣ କ’ଣ ଖାଇବେ
କଞ୍ଚା ପରିବା ଖାଇ ନ ପାରିଲେ ଫଳ ଗ୍ରହଣ କରନ୍ତୁ। କାରଣ ଫଳରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଓ ମିନେରାଲସ ରହିଥାଏ । ତାଜା ଫଳରେ କ୍ୟାଲୋରି ମଧ୍ୟ କମ୍‌ ଥାଏ । ଫଳ ସେବନ କରିଲେ ହଜମ ପ୍ରକ୍ରିୟାରେ ନିୟନ୍ତ୍ରିତ ହୋଇଥାଏ । କଦଳୀ, ଅମୃତ ଭଣ୍ଡା ଓ ପିଜୁଳି ଆଦି ଫଳ ମହୋଷଧି ସଦୃଶ ।

ପତ୍ର ଥିବା ପରିବାରେ ଅଧିକ ମାତ୍ରାର ପ୍ରୋଟିନ୍‌ ରହିଥାଏତେଣୁ ଏହି ପରିବା ଖାଇଲେ ସ୍ୱାସ୍ଥ୍ୟ ଭଲ ରହିଥାଏ । ଶାଗ, ବନ୍ଧାକୋବି, ଧନିଆ, ପୋଦିନା ପତ୍ର ଓ ମଟର ଇତ୍ୟାଦି ।
ପରିବାକୁ ରାନ୍ଧିବା ସମୟରେ ସେଥିରେ ମସଲା ମିଶାଇଲେ ପରିବାର ମୌଳିକ ତତ୍ତ୍ୱ ନଷ୍ଟ ହୋଇଯାଏ । ଏବଂ ମସଲା ପେଟଓ ଶରୀର ପାଇଁ ମଧ୍ୟ ଭଲ ହୋଇନଥାଏ । ତେଣୁ ପରିବା କଞ୍ଚା ଖାଇବା ଦେହ ପାଇଁ ଭଲ ।

Comments are closed.