Odisha Link
Bridging the Missing Links in Odisha

ବିଧାନସଭା ହେବ ଓ୍ବାଇଫାଇ ଜୋନ୍

ଭୁବନେଶ୍ବର: ବଦଳିବାକୁ ଯାଉଛି ଓଡ଼ିଶା ବିଧାନସଭାର ନକ୍ସା। କାରଣ ବିଧାନସଭାରେ ଆରମ୍ଭ ହେବ ମାଗଣା ଓ୍ବାଇଫାଇ ସେବା। ବିଧାଦସଭା ପରିସରକୁ ଓ୍ବାଇଫାଇ ଜୋନ୍‌ କରାଯିବ ବୋଲି ନିଆଯାଇଛି ନିଷ୍ପତ୍ତି। ଏଥିପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।। ଓଡ଼ିଶା ବିଧାନସଭାକୁ ଭାରତର ମଡ଼େଲ୍ ବିଧାନସଭା କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏହାସହ ଓଡ଼ିଶା ବିଧାନସଭାକୁ ପେପରଲେସ୍ ବିଧାନସଭା କରିବା ପାଇଁ ଅଣ୍ଟା ଭିନିଛନ୍ତି ରାଜ୍ୟ ସରକାର।

ତେବେ ଏଥିପାଇଁ ଏକ ବିଲ୍ଡିଂ କମିଟି ଗଠନ କରାଯାଇଛି। ଅର୍ଥ ବିଭାଗର ଅନୁମତି କ୍ରମେ ଏହି ଅଧିକାରୀମାନେ ଭାରତର ବିଭିନ୍ନ ରାଜ୍ୟ ଗସ୍ତ କରି ତଥା ବିଧାନସଭା ଦେଖି ଦେଖିବେ । ଆଉ ତା’ପରେ ରାଜ୍ୟର ବିଧାନସଭାର ରୂପରେଖ କ’ଣ ହେବ, ତାହା ଉପରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟକାରୀ କରାଯିବ । ଫଳର ଓଡିଶାର ବିଧାନସଭା ସମଗ୍ର ଭାରତବର୍ଷର ସବୁଠୁ ମଡ଼େଲ ବିଧାନସଭା ହୋଇପାରିବ ବାଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Comments are closed.