ବାଣୀବିହାରରେ ଛାତ୍ର ଉତ୍ତେଜନା

ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟ ବା ବାଣୀବିହାରରେ ସୋମବାର ଛାତ୍ର ଉତ୍ତେଜନା ଦେଖାଦେଇଛି। ୧୦ ଦଫା ଦାବି ନେଇ ଛାତ୍ରମାନେ ତାତିଛନ୍ତି। ବିଶ୍ୱବିଦ୍ୟାଳୟକୁ ପ୍ରବେଶ ରଙ୍ଗରୁଟରେ ହେଉଥିବାରୁ ଛାତ୍ରମାନେ ଏହାକୁ ପ୍ରତିବାଦ କରିଛନ୍ତି। ସେହିପରି ଛାତ୍ରାବାସ ଓ ଛାତ୍ରୀନିବାସରେ ଅବ୍ୟବସ୍ଥାକୁ ମଧ୍ୟ ଛାତ୍ରମାନେ ବିରୋଧ କରିଛନ୍ତି। ଏହିଭଳି ୧୦ଟି ସମସ୍ୟାକୁ ନେଇ ଛାତ୍ରମାନେ କୁଳପତିଙ୍କୁ ଘେରିଛନ୍ତି। ଖାଲି ଘେରି ନାହାନ୍ତି କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।