Odisha Link
Bridging the Missing Links in Odisha

କାଷ୍ଟିଂ କାଉଚ୍ ବିଷୟରେ ମୁହଁ ଖୋଲିଲେ ଜରୀନ୍

ଭୁବନେଶ୍ବର : କିଛି ବର୍ଷହବ ଅନେକ ବଲିଉଡ୍ ଅଭିନେତ୍ରୀ କାଷ୍ଟିଂ କାଉଚ୍ ନେଇ ମୁହଁ ଖୋଲିଥିଲେ । ଏବଂ ମଝିରେ #metoo ଅଭିଯାନରେ ମଧ୍ୟ ବହୁ ଅଭିନେତ୍ରୀ ତଥା ସେଲେବ୍ରିଟି ସାମିଲ ହୋଇଥିଲେ ଏବଂ ସେମାନେ କିପରି ଅସଦାଚରଣ ତଥା ଯୌନ ନିର୍ଯାତନାର ଶିକାର ହୋଇଥିଲେ, ସେ ବିଷୟରେ କହିଥିଲେ । କିପରି କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ସେ ମଧ୍ୟ ବିଷୟରେ କହିଥିଲେ ।

ଏବେ ଏହି ଧାରାରେ ବଲିଉଡ୍ ଅଭିନେତ୍ରୀ ଜରୀନ୍ ଖାନ୍‌ ସାମିଲ ହୋଇଛନ୍ତି ।ଜରୀନ୍ ‘ଫିଙ୍କଭିଲା’ର ଏକ ସାକ୍ଷାତକାରରେ କହିଥିଲେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଥରେ ନୁହେଁ ,ଦୁଇ ଥର କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି ।ସେ କହିଛନ୍ତି, “ଗୋଟିଏ ଫିଲ୍ମରେ ଡାଇରେକ୍ଟର ମୋ ସହିତ କିସିଂ ସିନ୍‌ର ରିହର୍ସଲ୍‌ କରିବାକୁ ଚାହୁଁଥିଲେ ଓ ମୋ ଭିତରେ ଥିବା ଭୟକୁ ଦୂର କରିବା ସହିତ କ୍ୟାରିୟର୍‌କୁ ଆଗେଇ ନେବା ପାଇଁ ଏପରି କରିବା ଆବଶ୍ୟକ ବୋଲି ଡାଇରେକ୍ଟର ଜଣଙ୍କ ମୋତେ କହିଥିଲେ।

ସେହି ସମୟରେ ମୁଁ ଇଣ୍ଡଷ୍ଟ୍ରୀରେ ନୂଆ ଥିଲି। କିନ୍ତୁ ମୁଁ ଏହି ସିନ୍‌ କରିବା ପାଇଁ ମନା କରି ଦେଇଥିଲି।”ଜରୀନ୍ ପୁଣି କହିଛନ୍ତି,”ଆଉ ଥରେ ଜଣେ ବ୍ୟକ୍ତି କହିଥିଲେ ଯେ, ମୁଁ ଯଦି ତାଙ୍କ ସହିତ ସମ୍ପର୍କକୁ ଆଗକୁ ବଢ଼ାଏ,ତା’ହେଲେ ସେ ମୋତେ ନୂଆ ପ୍ରୋଜେକ୍ଟ ଦେବାରେ ସାହାଯ୍ୟ କରିବେ।” କିନ୍ତୁ ଜରିନ ସେ ଦୁଇଜଣ ବ୍ୟକ୍ତିଙ୍କ ବିଶଷରେ କିଛି ପରିଚୟ ଦେଇ ନାହାନ୍ତି ।

Comments are closed.