Odisha Link
Bridging the Missing Links in Odisha

ବିନିକାରେ ଜଣ୍ଡିସ ଆତଙ୍କ

ଭବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଏସ୍‌. ରାମପୁର ଗାଁରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି । ଅଭିଯୋଗ ଆସିଛିକି ଗାଁର ଆଠଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛି।ସେମାନଙ୍କ ମଧ୍ୟରୁ ୭ ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇ ଓ ଅନ୍ୟ ତିନି ଜଣ ଏସ୍‌. ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଯାଇଛନ୍ତି। ଏବଂ ଅନ୍ୟମାନଙ୍କୁ ଏସ୍‌, ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍‌ ଆକ୍ରାନ୍ତ ଥିବା ଲୋକଙ୍କ ଘରକୁ ଯାଇ ଚିକିତ୍ସା କରୁଛନ୍ତି ।


ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆନନ୍ଦ କୁମାର ମେହେର କହିଛନ୍ତି ରାମପୁରରେ ଜଣ୍ଡିସର ହବାର ମୂଖ୍ୟ କାରଣ ହେଉଛି ଦୂଷିତ ପାଣି ।ଜଣେ ଗ୍ରାମବାସୀ କହିଛନ୍ତି ଦୀର୍ଘବର୍ଷ ହେବ ଗାଁରେ ଥିବା ପାଣି ଟାଙ୍କିକୁ ସଫା କରାଯାଉନାହିଁ ଓ ଗାଁର ଲୋକମାନେ ଏହି ଟାଙ୍କିର ପାଣିକୁ ବ୍ୟବହାର କରି ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହେଇଛନ୍ତି ।

Comments are closed.