Odisha Link
Bridging the Missing Links in Odisha

ଜାଣନ୍ତୁ କେଉଁ ଗୀତଟି ମନ କିଣିନେଇଥିଲା ଉଦିତ୍‌ ନାରାୟଣଙ୍କର

ଭୁବନେଶ୍ୱର :ବଲିଉଡ୍‌ର ଅନେକ ଗାୟକ ଓଡ଼ିଆରେ ଗୀତ ଗାଇଛନ୍ତି ।ସେମାଙ୍କ ମଧ୍ୟରୁ ହେଉଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ଉଦିତ୍‌ ନାରାୟଣ ।ସେ ଓଡ଼ିଆ ଅନେକ ଗୁଡିଏ ଗୀତ ଗାଇଛନ୍ତି । ‘ଓଲେ ଓଲେ ଦିଲ୍‌ ବୋଲେ’,’ପଲକେ ନୂଆ ସପନ’, ‘ମତେ ପ୍ରେମ ହେଇଗଲା’, ଓ ‘ଛାତିରେ ଲେଖିଛି ତୋରି ନାଁ’ ଭଳି ଓଡ଼ିଆ ହିଟ୍‌ ଗୀତ ସେ ଗାଇଛନ୍ତି ।ଶୁଣିବାକୁ ମିଳିଛି କି ଉଦିତ୍‌ ନାରାୟଣ ସବୁବେଳେ ବାଛିବାଛି ଗୀତ ଗାଇଥାନ୍ତି।ଯଦି ଗୀତଟି ତାଙ୍କୁ ଭଲ ଲାଗେ ସେ ସଙ୍ଗେ ସଙ୍ଗେ ରେକର୍ଡିଂ କରିବାକୁ ରାଜି ହୋଇଯାଆନ୍ତି।

 

ଏମିତ ଏକ ଗୀତ ବୋଉଛି ‘ହାଏ ତୋ ପ୍ରେମର ରଙ୍ଗୋଲି.’। ଏ ଗୀତଟିକୁ ଶୁଣିବା ମାତ୍ରେ ଉଦିତ୍‌ ନାରାୟଣ ଗାଇବା ପାଇଁ ରାଜି ହୋଇଯାଇଥିଲେ।ଏ ହି ଗୀତଟି ବ୍ଳାକ ସିନେମାର । ଏହି ଗୀତକୁ ରେକର୍ଡିଂ ପାଇଁ ପୂରା ଟିମ୍ ମୁମ୍ବାଇ ଯାଇଥିଲା। ଏବଂ ଗୀତଟିକୁ ଗାଇବାକୁ ଉଦିତ୍‌ ନାରାୟଣଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେ ପ୍ରଥମେ ରେକର୍ଡିଂ ଷ୍ଟୁଡିଓକୁ ଆସି ଗୀତଟିକୁ ଶୁଣିଥିଲେ ଓ ଗୀତଟି ତାଙ୍କୁ ପସନ୍ଦ ଆସିବା ପରେ ରେକର୍ଡିଂ କରିବାକୁ କହିଥିଲେ। ସେ କହିଥିଲେ ଗୀତଟିକୁ ସେହି ସମୟରେ ନ ଗାଇଲେ ପରେ ଏ ଗୀତକୁ ଗାଇବା ପାଇଁ ,ଯେଉଁ ମୁଡ୍‌ ରହିବା ଦରକାର, ତାହା ନ ରହି ପାରେ।

ଉଦିତ୍ ନାରାୟଣ ପ୍ରେମାନନ୍ଦଙ୍କୁ ଗୀତଟି ପାଇଁବହୁତ ପ୍ରଶଂସା କରିଥିଲେ। ଏହି ଗୀତକୁ ଉଦିତ୍‌ ନାରାୟଣ ସହ ଦିପ୍ତୀରେଖା ଗାଇଛନ୍ତି । ୟୁଟ୍ୟୁବ୍‌ରେ ଗୀତଟିର ଅଡିଓକୁ ୨୫ମିଲିୟନ୍‌ରୁ ଅଧିକ ଥର ଶୁଣାଯାଇଛି ଓ ଭିଡିଓଟିକୁ ୪୦ ମିଲିୟନ୍‌ରୁ ଅଧିକ ଥର ଦେଖାଯାଇଛି।

Comments are closed.