Odisha Link
Bridging the Missing Links in Odisha

ଆପଣ ଜାଣିଛନ୍ତିକି, ଇ-ମେଲ୍‌ ଟିକୁ କିଏ ବାହାର କରିଥିଲେ !

ଭୁବନେଶ୍ବର:ଲୋକମାନେ ଆଜି କାଲି ଚିଠି, ଦରଖାସ୍ତ କିମ୍ବା ଅନ୍ୟ କୌଣସି ଦରକାରୀ ଦାପ୍ତରିକ ସୂଚନା ପାଇଁ କାଗଜ କମଲ ବ୍ୟବହାର କରିବା ଖୁବ କମ ହୋଇଯାଇଛି ।ବର୍ତ୍ତମାନ ସ୍ମାଟ ସମୟରେ ଇ-ମେଲ୍‌ର ଚାହିଦା ଜୋର ଧରିବାରେ ଲାଗିଛି । ବର୍ତ୍ତମାନ ଚିଠି ହେଉକି ଦରଖାସ୍ତ ଦୂର ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ଇ-ମେଲ୍‌ର ବ୍ୟବହାର କରି ପଠାଯାଇଥାଏ । ଆପଣ କେବେ ଭାବିଛନ୍ତି ଯଦି ଏଇ ଇ-ମେଲ୍‌ ନଥାନ୍ତା !ତେବେ କ’ଣ ଏତେ ସହଜରେ ଏସବୁ ଲେଖି ପଠା ହୋଇପାରିଥାନ୍ତା ।ଇ-ମେଲ୍‌ ଦ୍ବାରା ଆମ ମାନଙ୍କର ସମୟ ନଷ୍ଟହେବା ସହ କାଗଜ କମଲ ଉପରେ ନିର୍ଭର କରିବାକୁ ପଡୁଥାନ୍ତା ।

ଆପଣ ଜାଣିଛନ୍ତି ଇ-ମେଲ୍‌ ଟିକୁ କିଏ ଉଦ୍ଭାବନ କରିଛନ୍ତି ?
ଇ-ମେଲ୍‌ କୁ ଆମେରିକାର କମ୍ପ୍ୟୁଟର୍‌ ପ୍ରୋଗାମର ରେ ଟମ୍‌ଲିନ୍‌ସନ୍‌ ବାହାର କରିଥିଲେ । ୧୯୭୧ରେ ଟମ୍‌ଲିନ୍‌ସନ୍‌ ଗୋଟିଏ ନେଟ୍‌ୱାର୍କରୁ ଅନ୍ୟ ଏକ ନେଟୱର୍କକୁ ମେଲ୍‌ କରିଥିଲେ। ଏବଂ ଇ-ମେଲ୍‌ ରେ ପ୍ରଥମେ @ ସିମ୍ବଲ୍‌ର ବ୍ୟବହାର କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ପ୍ରଥମ ଇ-ମେଲ୍‌ ସେ କଣ ଲେଖି ଥିଲେ ତାହା ଜଣା ପଡିନାହିଁ । ଇ-ମେଲ୍‌ ପଠାଇବା ପାଇଁ ଇମେଲ୍‌ ଆଡ୍ରେସ ଦରକାର ପଡ଼ିଥାଏ। ଉଦାହରଣ ସ୍ୱରୂପ- [email protected]

ଟମ୍‌ଲିନ୍‌ସନ୍‌ ଗୋଟିଏ କମ୍ପ୍ୟୁଟର୍‌ରୁ ଅନ୍ୟ ଏକ କମ୍ପ୍ୟୁଟର୍‌କୁ ମେଲ୍‌ କରି ପରୀକ୍ଷଣ କରୁଥିଲେ। ଏବଂ ଅନ୍ୟ କମ୍ପ୍ୟୁଟର୍‌କୁ ଯାଇ ମେଲ୍‌ ଚେକ୍‌ କରି ତାର ରିପ୍ଲାଏ ମଧ୍ୟ ଦେଉଥିଲେ। ଶେଷରେ ତାଙ୍କୁ ୧୯୭୨ ବେଳକୁ ତାଙ୍କୁ ଇ- ମେଲ୍‌ର ଉଦ୍ଭାବକ ଭାବେ ପରିତ ହୋଇଥିଲେ।ଟମ୍‌ଲିନ୍‌ସନ୍‌ଙ୍କୁ ୨୦୧୨ରେ ଇଣ୍ଟର୍‌ନେଟ୍‌ ହଲ୍ ଅଫ୍‌ ଫେମ୍‌ରେ ସାମିଲ୍‌ କରାଯାଇଥିଲା। ତାଙ୍କର ୫ ମାର୍ଚ୍ଚ ୨୦୧୬ରେ ପରଲୋକ ହୋଇଯାଥିଲା।ଏବଂ ତାଙ୍କ ମୃତ୍ୟୁ ପରେ ଇ-ମେଲ୍‌ ଉଦ୍ଭାବକକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶିବା ଆୟ୍ୟାଦୂରାଇ ନିଜକୁ ଜି-ମେଲ୍‌ର ଆବିଷ୍କାରକ ବୋଲି କହିଥିଲେ।

Comments are closed.