Odisha Link
Bridging the Missing Links in Odisha

ବିଗ୍‌ ବସ୍‌ -୧୩ରେ ବିବାହ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌-୧୩ର ପ୍ରମୋ ରିଲିଜ୍‌ ହେବା ପରେ ପ୍ରିମିୟରକୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢ଼ିଯାଇଛି ।ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସୋ’ର ହୋଷ୍ଟିଂ ସଲମାନ କରୁଛନ୍ତି ଏବଂ ଜଣା ପଡ଼ିଛି ଏଥର ବିଗ୍‌ ବସ୍‌ ସିଜିନ୍‌-୧୩ରେ ଅନେକ କିଛି ବଦଳିବାକୁ ଯାଉଛି। ସୋ’ର ଟିଆର୍‌ପିକୁ ବଢ଼ାଇବା ପାଇଁ ନିର୍ମାତାମାନେ ସବୁ ପ୍ରକାରର ଯୋଜନା କରି ସାରିଛନ୍ତି ।

ଏହି ଶୋଟି ୨୯ ନଭେମ୍ବରରେ ଆରମ୍ଭ ହେବାକୁଯାଉଛି । ଏଥିରେ ଅନେକ ସେଲିବ୍ରେଟି ପ୍ରତିଯୋଗୀ ଭାବେ ଯୋଗ ଦେବେ ଓ ସେମାନଙ୍କ ଭିତରୁ ଅଭିନେତ୍ରୀ ରଶ୍ମୀ ଦେଶାଇ ବିଗ୍‌ ବସ୍‌ ଘରେ ନିଜ ପ୍ରେମିକ ଅର୍‌ହାନ ଖାନ୍‌ଙ୍କ ବିବାହ କରିବେ ବୋଲି ଜଣା ପଡ଼ିଛି । ରଶ୍ମୀ ଓ ତାଙ୍କ ପ୍ରେମିକ ଅର୍‌ହାନ ଦୁହେଁ ବିଗ୍‌ ବସ୍‌ରେ ଭାଗ ନେଉଛନ୍ତି । ଜଣା ପଡ଼ିଛି ଏତେ ବଡ଼ ରିୟାଲିଟି ସୋ’ରେ ଭାଗ ନେବା ଅବସରରେ ଦୁହେଁ ବିବାହ କରିବେ । ଏହା କିଛି ପୁରୁଣା ନୁହେଁ ୟା ପୂର୍ବରୁ ଟିଭି ଅଭିନେତ୍ରୀ ସାରା ଖାଁ ବିଗ୍‌ ବସ୍‌ ବିବାହ ରଚିଥିଲେ ।


ସୂଚନା ଅନୁସାରେ ରଶ୍ମୀ ସୋ’କୁ ପ୍ରଥମେ ପ୍ରବେଶ କରିବେ ତାର କିଛି ସପ୍ତାହ ପରେ ବିଗ୍‌ ବସ୍‌ ଘରକୁ ଅର୍‌ହାନ ପ୍ରବେଶ କରିବେ । ଏବଂ ଜଣା ପଡ଼ିଛି ତାପରେ ଦୁହେଁଙ୍କ ବିବାହ କରିବେ, ଏହି ଅବସରରେ ତାଙ୍କ ବନ୍ଧୁ ଓ ଭଉଣୀମାନେ ବିବାହରେ ଉପସ୍ଥିତ ରହି ପାରନ୍ତି ।

Comments are closed.