Odisha Link
Bridging the Missing Links in Odisha

୭ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ସାତଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ଭାରତକୁ ସୁଯୋଗର ଉଜ୍ଜ୍ୱଳ ଦେଶ ଭାବେ ପ୍ରତିପାଦନ କରିବାକୁ ଆମେରିକା ଗସ୍ତରେ ଯାଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ସାତଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇଛନ୍ତି। ସେପ୍ଟେମ୍ବର ୨୧ ରୁ ୨୭ ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ରହିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଯାତ୍ରା ନିମନ୍ତେ ନିଜର ଆକାଶପଥ ଛାଡ଼ିବାକୁ ଭାରତର ଅନୁରୋଧକୁ ପାକିସ୍ତାନ ଅଗ୍ରାହ୍ୟ କରିଥିଲା।ନ୍ୟୁୟର୍କ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ୱଳ୍ପ ସମୟ ନିମନ୍ତେ ଜର୍ମାନିରେ ରହିବେ। ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ସହ ଆଲୋଚନା ବେଳେ ଉଭୟ ଦେଶ ଏବଂ ଲୋକମାନଙ୍କର ଅଧିକ ଉପକାର ପାଇଁ ଦ୍ୱିପାକ୍ଷିକ ଆଲୋଚନାର ସମୀକ୍ଷା କରିବେ। ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ୍‌ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ଲୋବାଲ୍‌ ଗୋଲ୍‌କିପରର୍ସ ଗୋଲ୍ସ୍‌ ଆଓ୍ଵାର୍ଡ ୨୦୧୯ ପ୍ରଦାନ କରାଯିବ।

ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସାଧାରଣ ପରିଷଦ୍‌ରେ ଭାଷଣ ଦେବେ ଏବଂ ଏହି ଅବସରରେ ବିଶ୍ୱର ଅନ୍ୟାନ୍ୟ ନେତାମାନଙ୍କୁ ଭେଟିବେ।

Comments are closed.