Odisha Link
Bridging the Missing Links in Odisha

ଜାଣନ୍ତୁ ଏହି କଳାକାରଙ୍କର ଅଜବ ଅନ୍ଧବିଶ୍ୱାସ

ମୁମ୍ବାଇ : କଳାକାର ମାନେ ତାଙ୍କ ବ୍ୟକ୍ତି ଗତ ଜୀବନରେ ଅନେକ କଥା କହାରି ଆଗରେ ପ୍ରକାଶ କରନ୍ତି ନାହିଁ। କାରଣ ସେମାନଙ୍କ କଥା କେହି ଜାଣିଲେ କାଳେ ତାଙ୍କର କଳାକାର ଜୀବନରେ କିଛି ବି ପ୍ରଭାବ ପକାଇବ। କିଛି ଅଭିନେତ୍ରୀ ପରଦାରେ ଅନ୍ଧବିଶ୍ୱାସ ରଖିବାକୁ ମନା କରୁଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ ସେମାନେ ଅନ୍ଧବିଶ୍ୱାସୀ ହୋଇଥାନ୍ତି । ସେମିତି ଜଣେ ହେଉଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ।


ସେ ତାଙ୍କ ଭଉଣୀ ସୋନମ କପୁରଙ୍କ ସିନେମା ‘ଦ ଜୋୟା ଫ୍ୟାକ୍ଟର’ର ବିଜ୍ଞାପନକୁ ଯାଇଥିଲେ ।ସେ ସେଠାରେ ନିଜ ଅନ୍ଧବିଶ୍ୱାସ ବିଷୟରେ କହିଥିଲେ । ସୋନମ ଜାହ୍ନବୀଙ୍କ ଏକ ଭିଡିଓ ସେୟାର କରିଛନ୍ତି ।ସେଥିରେ ଜାହ୍ନବୀ କହିଛନ୍ତି, ମୋର ଏକ ଅଜବ ଅନ୍ଧବିଶ୍ୱାସ ଅଛି । ଯେତେବେଳେ ମୁଁ କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଏ ବା ସିନେମାର ସେଟ୍‌କୁ ଯାଏ, ସେତେବେଳେ ମୋର ଡ଼ାହାଣ ପାଦ ବାହାରକୁ ବାହର କରି ଯାଏ ଏବଂ ଡ଼ାହାଣ ପାଦ ରଖି ଘରକୁ ପ୍ରବେଶ କରିଥାଏ ।

Comments are closed.