Odisha Link
Bridging the Missing Links in Odisha

ସୁପ୍ରିମକୋଟରେ ଶପଥ ନେଲେ ୪ ନୂଆ ବିଚାରପତି

ନୂଆଦିଲ୍ଲୀ: ଆଜି ୪ଜଣ ନୂଆ ବିଚାରପତି ସୁପ୍ରିମକୋର୍ଟରେ ଶପଥ ଗ୍ରହଣ କଲେ। ପୂର୍ବରୁ ଏହି ୪ ଜଣ ବିଚାରପତି ହାଇକୋର୍ଟରେ ନିୟୋଜିତ ଥିଲେ। ୪ ଜଣ ନୂଆ ବିଚାରପତି ସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହି ବିଚାରପତିଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ମଧ୍ୟ ରହିଛନ୍ତି।

ଶପଥ ନେଇଥିବା ୪ ବିଚାରପତି ହେଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି କୃଷ୍ଣ ମୁରାରୀ, ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟମ, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ରବୀନ୍ଦ୍ର ଭଟ୍ଟ ଏବଂ କେରଳ ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତି ହୃଷିକେଶ ରାୟ। ଗତ ମେ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବିଚାରପତି ବୃଦ୍ଧି କରିବା ପାଇଁ ନିବେଦନ କରିଥିଲେ। ଏଥିସହ ହାଇକୋର୍ଟରେ ବିଚାପତିଙ୍କ ଅବସର ସୀମା ୬୫କୁ ବୃଦ୍ଧି କରିବା ପାଇଁ ନିବେଦନ କରିଥିଲେ।

ଏହାପରେ ଜୁଲାଇ ୩୧ରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ପ୍ରଧାନ ବିଚାରପତିଙ୍କୁ ଛାଡ଼ି ୩୦ରୁ ୩୩କୁ ବୃଦ୍ଧିକୁ ଅନୁମତି ଦେଇଥିଲେ। ସେହିପରି ଅଗଷ୍ଟ ୭ରେ ସୁପ୍ରିମକୋର୍ଟରେ ବିଚାରପତି ବୃଦ୍ଧିକୁ ନେଇ ଏକ ବିଲ୍ ସଂସଦରେ ଆଣିଥିଲେ ସରକାର। ଯାହାକି ଲୋକସଭାରେ ଗୃହୀତ ହୋଇଥିଲା। ଅଗଷ୍ଟ ୧୦ରେ ଏହି ବିଲ୍‌କୁ ମଞ୍ଜୁରୀ ଦେଇଥିଲେ।

Comments are closed.