Odisha Link
Bridging the Missing Links in Odisha

ଚିଲିକା ଉନ୍ନୟନ କର୍ତ୍ତୃ ପକ୍ଷର ଉପଦେଷ୍ଟା ଭାବେ ଉତ୍କଳ କେଶରୀ ପରିଡ଼ାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର :ଆଜି ପୂର୍ବାହ୍ନରେ ଉତ୍କଳ କେଶରୀ ପରିଡ଼ା ଚିଲିକା ଉନ୍ନୟନ କର୍ତ୍ତୃ ପକ୍ଷର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଚିଲିକା ଉନ୍ନୟନ କର୍ତ୍ତୃ ପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ପୁଷ୍ପଗୁଚ୍ଛ ଦେଇ ପରିଡ଼ାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ପରିଡ଼ା କାର୍ଯ୍ୟାଳୟ ବୁଲି ଦେଖିବା ସହ ଅଧିକାରୀ ଓ କର୍ମଚାରୀମାନଙ୍କ ଉନ୍ନୟନ କର୍ତ୍ତୃ ପକ୍ଷର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ ।

ଚିଲିକା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ସହ ଚିଲିକାର କିଭଳି ଜୈବ ବିବିଧତା ମଧ୍ୟ ଅକ୍ଷୁର୍ଣ୍ଣ ରହିବ ଏବଂ ଚିଲିକାର ସମନ୍ୱିତ ବିକାଶ ହୋଇ ପାରିବ ସେଥି ପାଇଁ ଆଗାମୀ ଦିନରେ ସମସ୍ତ ଅଧିକାରୀ ଓ କର୍ମଚାରୀ ନିଷ୍ଠା ପର ଉଦ୍ୟମ କରିବାକୁ ପରିଡ଼ା ପରାମର୍ଶ ଦେଇଥିଲେ ।

Comments are closed.