Odisha Link
Bridging the Missing Links in Odisha

ସବୁ ବ୍ଲକରେ ହେବ ଡିଏଲ କ୍ୟାମ୍ପ

ଭୁବନେଶ୍ୱର: ସମ୍ପ୍ରତି ଟ୍ରାଫିକ ନିୟମ ବହୁତ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଜରିମାନା ରାଶି ପରିମାଣ ବହୁ ବୃଦ୍ଧି ପାଇଥିବାରୁ ଏହାକୁ ନେଇ ଜନଅସନ୍ତୋଷ ମଧ୍ୟ ପରିଲକ୍ଷିତ ହେଉଛି। ତେବେ ଏନେଇ ସରକାର ତିନିମାସ କୋହଳ କରିଥିଲେ ବି ଲୋକଙ୍କ ପାଖରେ ଯେଭଳି ଏସଂକ୍ରାନ୍ତୀୟ ସେବା ପହଁଚିପାରିବ ସେଦିଗରେ ଗୁରୁତ୍ୱାରୋପ କରାଯାଉଛି। ଗ୍ରାମାଂଚଳରେ ଅଧିକାଂଶ ଚାଳକ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ତେଣୁ ପ୍ରତି ବ୍ଲକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ କରିବାକୁ ସରକାର ନିଷ୍ପତି ନେଇଛନ୍ତି। ଏସଂକ୍ରାନ୍ତରେ ସୂଚନା ଦେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତିଯେ, ବ୍ଲକ ଓ ସବଡିଭିଜନସ୍ତରରେ ଡିଏଲ କ୍ୟାମ୍ପ କରାଯିବ। ସେଠାରେ ଚାଳକମାନଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ। ଏହାଛଡ଼ା ବ୍ଲକସ୍ତରରେ ପ୍ରଦୁ୍ୟଷଣ ପ୍ରମାଣପତ୍ର ପ୍ରଦାନ ପାଇଁ ମଧ୍ୟ କ୍ୟାମ୍ପ କରାଯିବ ବୋଲି ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି।

Comments are closed.