Odisha Link
Bridging the Missing Links in Odisha

ମା’ ହେଲେ ଆମି ଜାକ୍‌ସନ

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ମଡେଲ୍‌ ଆମି ଜାକ୍‌ସନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।ତାଙ୍କ ଭାବି ସ୍ୱାମୀ ଜର୍ଜ ପନାୟୀଓଟୁଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି। ଆମି ତାଙ୍କ ନବଜାତକ ଶିଶୁ ଓ ସ୍ୱାମୀଙ୍କ ସହ ଫଟୋ କୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ‘ଆମ ଆଞ୍ଜେଲ୍‌କୁ ସ୍ୱାଗତ’ କ୍ୟାପ୍‌ସନ ମଧ୍ୟ ଦେଇଛନ୍ତି।

ଆମି ହସ୍ପିଟାଲ୍‌ର ଖଟିଆ ଉପରେ ନବଜାତ ଶିଶୁକୁ ଧରି ଶୋଇଛନ୍ତି ଓ ଜର୍ଜ ଆମିଙ୍କ ମଥାରେ ଚୁମ୍ବନ ଦେଉଛନ୍ତି ,ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର୍‌ କରିଛନ୍ତି।

ଆମି ତାଙ୍କ ଶିଶୁଟିର ଜନ୍ମ ହେବା ପରେ ତା’ର ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି ।ତାଙ୍କର ଏହି ପୋଷ୍ଟ୍‍ରେକୁ ବହୁ ପସନ୍ଦ କରିଛନ୍ତି।ତାଙ୍କ ଶିଶୁ ପୁତ୍ରର ନାମ ଆଣ୍ଡ୍ରେଏସ୍ ରଖିଛନ୍ତି ।ଆମିଓ ଜର୍ଜ ଦୁହେଁ ଜାନୁୟାରୀ ୨୦୧୯ରେ ଏନଗେଜମେଣ୍ଟ କରିଥିଲେ ଏବଂ୨୦୨୦ ରେ ବିବାହ କରିବେ ।ଆମି ଙ୍କୁ ରଜନୀକାନ୍ତ ଙ୍କ ୨.୦ ସିନେମା ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ତାଙ୍କ ଏନଗେଜମେଣ୍ଟ ପରେ ସେ ଆଉ ସିନେମା କରିନଥିଲେ ।

Comments are closed.