Odisha Link
Bridging the Missing Links in Odisha

‘ଡିମିରି ଫଳ’ ଖାଇବାକୁ ଭଲ ପାଆନ୍ତି ଏହି ଓଡିଆ ଅଭିନେତା

ଭୁବନେଶ୍ୱର : ଓଲିଉଡ୍‌ର ଚକୋଲେଟ୍‌ ବୟ ହେଉଛନ୍ତି ବାବୁସାନ୍‌ । ସେ ଅଭିନେତା ସହ ମଜାଳିଆ ମଣିଷ ଟିଏ । ଆପଣ ଦେଖିଥିବେ ତାଙ୍କର ମୁହଁଟା ସବୁବେଳେ ହସ ହସ ଥାଏ ।ବାବୁସାନ୍‌ ଶୁଟିଂ ସେଟ୍‌ରେ ଥିବା ସମୟରେ ଟିମ୍‌ ମେମ୍ବରମାନଙ୍କୁ କେବେବି ହେଲେ ବୋର୍‌ ଅନୁଭବ କରିବାକୁ ଦିଅନ୍ତି ନାହିଁ । ବାବୁସାନ୍‌ ଏକଦମ୍‌ ବିନ୍ଦାସ୍‌ ଏବଂ ଖୋଲା ଲୋକ ଭାବେ ରହିବାକୁ ବହୁତ ଭଲପାଆନ୍ତି ।ହେଲେ ତାଙ୍କ ଭିତରେ କିଛି ସିକ୍ରେଟ୍‌ ରହିଛି।

ଚାଲନ୍ତୁ ତାଙ୍କ ସିକ୍ରେଟ୍‌ ବିଷୟରେ ଜାଣିବା –

ବାବୁସାନ୍‌ ଘଣ୍ଟା ଘଣ୍ଟା ବ୍ୟାୟାମ କରିପାରନ୍ତି।
ତାଙ୍କୁ ଯୋଗ କରିବାକୁ ଭଲଲାଗେ ।ତେଣୁ ବାବୁସାନ୍‌ ସକାଳୁ ଉଠିବା ମାତ୍ରେ ପ୍ରଥମେ ଯୋଗ କରନ୍ତି। ଯୋଗ ଏବଂ ବ୍ୟାୟାମରେ ସେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରନ୍ତି।

ଆଉ ଅଜବ ଖଦ୍ୟ ପ୍ରତି ତାଙ୍କର ରୁଚି ରହିଛି ତାହା ହେଉଛି ବାବୁସାନ୍‌ଙ୍କୁ ମୁଢ଼ି ସହ ବରଫ ଖାଇବାକୁ ଭଲଲାଗେ।

ବାବୁସାନ୍‌ ଖାଦ୍ୟ ପ୍ରେମୀ ହୋଇଥିବାରୁ ଭିନ୍ନ ସ୍ୱାଦର ଖାଦ୍ୟ ଖଇବାକୁ ଭଲ ପାଇଥାନ୍ତି। ବାବୁସାନ୍‌ଙ୍କୁ ମୁଢ଼ି ସହ ବରଫ ଖାଇବାକୁ ଭଲ ଲାଗେ।

‘ଡିମିରି ଫଳ’ ହେଉଛି ବାବୁସାନ୍‌ଙ୍କ ପସନ୍ଦର ଫଳ ।
ବାବୁସାନ୍‌ ଡିମିରି ଫଳ ଖାଇବାକୁ ବହୁତ ଭଲ ପାଆନ୍ତି।

ବାବୁସାନ୍‌ ଏକ ଶୋ ‘ରେ ଯୋଗ ଦେଇ ତାଙ୍କ ବିଷୟର ୩ଟି ସିକ୍ରେଟ୍‌ କହିଥିଲେ। କିନ୍ତୁ ଏହି ସିକ୍ରେଟ୍‌କୁ ଗୁରୁତର ସହ ନେବାକୁ ମନା କରିଛନ୍ତି। ବାବୁସାନ୍‌ଙ୍କର ମଜାମସ୍ତି ସ୍ୱଭାବର ହୋଇଥିବାରୁ, ସେସବୁ କଥାକୁ ମଜାରେ କହୁଥିଲେ ବୋଲି କହିଛନ୍ତି।

ଦଶହରାରେ ତାଙ୍କର ସିନେମା ମିଷ୍ଟର ମଜନୁ ରିଲିଜ୍ ହେବାକୁ ଯାଉଛି ଏବଂ ବାବୁସାନ୍ ଙ୍କ ସହ ଆଉ ୩ଜଣ ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Comments are closed.