Odisha Link
Bridging the Missing Links in Odisha

ପାଣିରେ ଶିଶୁକୁ ଜନ୍ମ ଦେଲେ ଏହି ଅଭିନେତ୍ରୀ

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ବ୍ରୁନା ଅବଦୁଲ୍ଲା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀମାନେ ସନ୍ତାନ ପ୍ରସବ ପାଇଁ ବଡ଼ ବଡ଼ ହସ୍ପିଟାଲକୁ ଯାଇଥାନ୍ତି କିନ୍ତୁ ବ୍ରୁନା ପାଣି ଭିତରେ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି।ସେ ତାଙ୍କ ଝିଅ ସହିତ ଏକ ଫଟୋ କୁ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି।
ବ୍ରୁନା ଅବଦୁଲ୍ଲା ହେଉଛନ୍ତି ବ୍ରାଜିଲିଆନ୍‌ ଅଭିନେତ୍ରୀ। ସେ ଆଇ ହେଟ୍‌ ଲଭ୍‌ ଷ୍ଟୋରୀ, ଗ୍ରାଣ୍ଡ ମସ୍ତି ଓ ଉଡନ୍‌ଛୁ ଆଦି ସିନେମାରେ ଅଭିନୟ କରିଛନ୍ତି ।ବ୍ରୁନା ଅବଦୁଲ୍ଲା ଟିଭି ଶୋ ଖତରୋଁ କି ଖିଲାଡି ଓ ନଚ୍‌ ବଲିୟେ ୬ରେ ମଧ୍ୟ ଭାଗ ନେଇଥିଲେ। ସେ ତାଙ୍କ ବୟଫ୍ରେଣ୍ଡ୍‌ ଆଲାନ୍‌ ଫ୍ରେଜରଙ୍କୁ ମେ’ ୨୦୧୯ରେ ବିବାହ କରିଥିଲେ।

ବ୍ରୁନା ପୋଷ୍ଟରେ ଲେଖିଛନ୍ତି, ‘ ମୁଁ ଅତି ସାଧାରଣ ଭାବରେ ଛୁଆକୁ ଜନ୍ମ ଦେବାକୁ ଚାହୁଁଥିଲି। ଗର୍ଭବତୀ ଥିବା ସମୟରେ ମୁଁ ଜାଣିଥିଲି ଯେ ପାଣି ଭିତରେ ମୁଁ ମୋ ଛୁଆକୁ ଜନ୍ମ ଦେବାକୁ ଯାଉଛି। କୌଣସି ଡ୍ରଗ୍ସ ଓ ମେଡିସିନ୍‌ର ବ୍ୟବହାର ନ କରି ମୁଁ ଛୁଆକୁ ଜନ୍ମ ଦେବାକୁ ଚାହିଁଥିଲି। ଏଥିପାଇଁ ଉଷୁମ ପାଣିରେ ମୁଁ ଛୁଆକୁ ଜନ୍ମ ଦେଇଥିଲି। ସେହି ସମୟରେ ମୋର ମା’, ସ୍ୱାମୀ ଓ ଡାକ୍ତର ମୋ ସହିତ ଉପସ୍ଥିତ ଥିଲେ।

ଗର୍ଭାବସ୍ଥାରେ ଫିଟ୍‌ ରହିବା ପାଇଁ ମୁଁ ଷ୍ଟ୍ରିକ୍ଟ ଡାଏଟ ଫଲୋ କରିବା ସହ ପ୍ରତ୍ୟେକ ଦିନ ଯୋଗ ଓ ଧ୍ୟାନ କରୁଥିଲି। ଏସବୁ ମୁଁ ବିନା ମେଡିସିନ୍‌ରେ ପ୍ରସବ କରିବାକୁ ଚାହୁଁଥିଲି ଏବଂ ଏପରି ହିଁ ହେଲା।

Comments are closed.