Odisha Link
Bridging the Missing Links in Odisha

ପିଆଜ ଲୁଟ

ଭୁବନେଶ୍ୱର: ପିଆଜ ଦର ଏବେ ଆକାଶଛୁଆଁ ହୋଇଯାଇଛି। ହୁହୁ ହୋଇ ବଢ଼ୁଥିବା ପିଆଜ ଦର ଏବେ ୫୦ ଟପିଯାଇଛି। ପିଆଜ ଦାମ ବୃଦ୍ଧି ପାଇବା ସହ ତାଳ ଦେଇ ପିଆଜ ଚୋରି ବି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ନିକଟରେ ବିହାରରେ ଜଣେ ଚାଷୀଙ୍କ ଗୋଦାମରୁ ପିଆଜ ଲୁଟ ହେବା ଘଟଣା ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଏବେ ନାସିକରେ ବି ଅନୂରୂପ ଘଟଣା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନାସିକର ଜଣେ ଚାଷୀଙ୍କ ଗୋଦାମରୁ ଲକ୍ଷେ ଟଙ୍କାର ପିଆଜ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଯେତେବେଳେକି ପାଟନାରେ ଜଣେ ଚାଷୀ ତାଙ୍କର ୮ ଲକ୍ଷ ଟଙ୍କାର ପିଆଜ ଲୁଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

Comments are closed.