ଉଚ୍ଚଶିକ୍ଷା ବିଭାଗର କର୍ମଚାରୀଙ୍କୁ ଜଗିବ ବାଓମେଟ୍ରିକ ମେସିନ୍

ଭୁବନେଶ୍ବର: ଏଣିକି ଠକି ପାରିବେନି କର୍ମଚାରୀ। ଡ୍ୟୁଟିରେ ଠକୁଥିବା କର୍ମଚାରୀ ହୋଇଯାଆନ୍ତି ସାବଧାନ। କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ।
ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କରାଯାଇଛି। କାର୍ଯ୍ୟାଳୟକୁ ଆସିବା ଏବଂ ଯିବା ସମୟରେ କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଦେବାକୁ ପଡିବ। ଯେଉଁ କର୍ମଚାରୀ ବାୟୋମେଟ୍ରିକ୍ ନଦେବେ ସେହି ଦିନକୁ ଅନୁପସ୍ଥିତ ଭାବେ ଗଣାଯିବ।
ଉଚ୍ଚ ଶିକ୍ଷା ବିଭାଗର ନିମ୍ନଲିଖିତ ନିର୍ଦ୍ଦେଶନାମା ଅନୁଯାୟୀ ଲୋକସେବା ଭବନରେ ଥିବା କର୍ମଚାରୀମାନେ କାର୍ଯ୍ୟାଳୟରେ ପ୍ରବେଶ ଓ ପ୍ରସ୍ଥାନ କଲାବେଳେ ବାୟୋମେଟ୍ରିକ୍ ଉପସ୍ଥାନ ଦେବାକୁ ବାଧ୍ୟତାମୂଳକ କରାଯାଇଛି। କର୍ମଚାରୀମାନେ ସକାଳ ୧୦ଟାରେ କାର୍ଯ୍ୟାଳୟକୁ ଆସିବେ। ଅଧଘଣ୍ଟାଏ ଗ୍ରେସ୍ ପିରିୟଡ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗର କର୍ମଚାରୀ ଏଣିକି ସାଢେ ୭ ଘଣ୍ଟା କାର୍ଯ୍ୟାଳୟରେ ରହିବାକୁ ବାଧ୍ୟ। ସାଢେ ୭ ଘଣ୍ଟାରୁ କମ୍ ରହିଲେ କର୍ମଚାରୀଙ୍କ ଅଧା ଦରମା କଟାଯିବ। ୪ଘଣ୍ଟାରୁ କମ୍ ସମୟ ରହିଲେ ପୁରା ଦିନଟି ଛୁଟି ଭାବରେ ଗଣାଯିବ। ଯେଉଁ କର୍ମଚାରୀମାନେ ୧୦ଟା ୩୦ରେ କାର୍ଯ୍ୟାଳୟକୁ ଆସିଥିବେ ସେମାନେ ୬ଟା ପୂର୍ବରୁ ଯାଇପାରିବେ ନାହିଁ।
Comments are closed.