Odisha Link
Bridging the Missing Links in Odisha

ମା’ଙ୍କ ଅର୍ଥ ଲୋଭ ପାଇଁ ମାତ୍ର ୧୫ବର୍ଷ ବୟସରେ ହୋଇଥିଲି ଦୁଷ୍କର୍ମର ଶିକାର ଜାଣନ୍ତୁକିଏ ଏ ଅଭିନେତ୍ରୀ

ନୂଆଦିଲୀ: ହଲିଉଡ ହେଉକି ବଲିଉଡ କୈାଣସି ଅଭିନେତା କି ଅଭିନେତ୍ରୀ ନିଜର ବ୍ୟକ୍ତି ଗତ କଥା କାହା ଆଗରେ କହିନଥାନ୍ତି । ହେଲେ ଜଣେ ହଲିଉଡ ଅଭିନେତ୍ରୀ ନିଜ ବିଷୟରେ ଚକିତ କରିଲା ଭଳି କଥା ଟିଏ କହିଛନ୍ତି ।ସେ ହେଉଛନ୍ତି ହଲିଉଡ ଅଭିନେତ୍ରୀ ଡେମି ମୁର୍ । ତାଙ୍କ ମା ‘୧୫ବର୍ଷ ବୟସରେ ଟଙ୍କା ନେଇ ଦୁଷ୍କର୍ମ କରାଇଥିଲେ’ ବୋଲି ସେ ବୟାନ୍‌ ଦେଇଛନ୍ତି।

 

ଡେମି ମୁର ଏକ ଟିଭି ସୋ’ ‘ଗୁଡ୍‌ ମର୍ଣ୍ଣିଂ ଆମେରିକା’ର ଏକ ସାକ୍ଷାତକାରରେ କହିଛନ୍ତି, ‘ମୋ ମା’ ଖୁବ୍‌ ମଦ ପିଇଥାଆନ୍ତି। ମୋ ମା ଖୁବ୍‌ କମ୍‌ ବୟସରୁ ମୋତେ ବାର ନେଇ ଯାଉଥିଲେ, ଯେପରି ପୁରୁଷଙ୍କ ନଜର ମୋ ଉପରେ ପଡ଼ିବ। ମୋତେ ଯେତେବେଳେ ମାତ୍ର ୧୫ ବର୍ଷ ବୟସ ହୋଇଥିଲା, ମା’ ମୋ ସହ ଦୁଷ୍କର୍ମ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦ଡଲାର ନେଇଥିଲେ।’


ଡେମି ମୁର୍ ଅନେକ ନାମୀଦାମୀ ସିନେମାରେ ଅଭିନୟ କରିଛନ୍ତି। ଡେମି ଖାଲି ଅଭିନୟ କରିବା ସହ ଗୀତ ଓ ମଡେଲ ମଧ୍ୟ କରନ୍ତି । ୧୯୯୦ର ‘ଘୋଷ୍ଟ’ ସିନେମା ଜରିଆରେ ହଲିଉଡକୁ ଆସିଥିଲେ। ଡେମିଙ୍କ ଅଭିନୀତ ସିନେମା ଗୁଡିକ ହେଲା ଘୋଷ୍ଟ ,ଷ୍ଟ୍ରିପଟିଜ, ଜି.ଆଇ ଜାନେ, ଡିସକ୍ଳୋଜର ଆଦି ।

Comments are closed.