Odisha Link
Bridging the Missing Links in Odisha

ରାଷ୍ଟ୍ରୀୟ ଏକତା ଅଭିଯାନ

ନୂଆଦିଲ୍ଲୀ :ରାଷ୍ଟ୍ରୀୟ ଏକତା ଅଭିଯାନ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଓ ମୁଖପାତ୍ର ତଥା ଉକ୍ତ ଅଭିଯାନ ରାଷ୍ଟ୍ରୀୟ ସଦସ୍ୟ ବୈଜୟନ୍ତ ପଣ୍ଡା କେନ୍ଦ୍ର ସଂସଦୀୟ ବ୍ୟାପାର ତଥାଭାରି ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ସହ ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି ।ସେଠାରେ ଆୟୋଜିତ ଜନଜାଗରଣ ସଭାରେ ପଣ୍ଡା ହାଓଡ଼ି ବିକାନେର କହି ଜନାତାଙ୍କୁ ସମ୍ବୋଧନ କରିଥିବାବେଳେ ଉତ୍ତରରେ ସବୁ ବଢ଼ିଆ ବୋଲି ଜନତା କହିଥିଲେ ।ସେହିପରି ଓଡିଶା ଆସନ୍ତୁ ମୁଁ ଆପଣମାନଙ୍କୁ ସେଇଠି ଭେଟିବାକୁ ଚାହୁଁଛି ବୋଲି କହି ପଣ୍ଡା ସମସ୍ତ ଙ୍କୁ ଆମନ୍ତ୍ରଣ ମଧ୍ୟ କରିଥିଲେ ।

ସେ ନିଜ ବକ୍ତବ୍ୟରେ କହିଥିଲେ ,ମୁଁ ଯେଉଁଠାକୁ ଯାଉଛି , ଦେଖୁଛି ଧାରା ୩୭୦ ଉଚ୍ଛେଦ ପରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ସମସ୍ତେ ସମର୍ଥନ କରୁଛନ୍ତି ।ତେବେ ଏହି ନିର୍ଣ୍ଣୟ ଠିକ୍ କିନ୍ତୁ ପ୍ରଣାଳୀ ଭୁଲ ପ୍ରଶ୍ନ ଉଠୁଛି ।କିନ୍ତୁ ସମ୍ପୁର୍ଣ୍ଣ ସାମ୍ବାଧାନିକ ବ୍ୟବସ୍ଥା ଅନୁସାରେ ଅନ୍ୟ ସାମନ୍ତ ରାଜ୍ୟକୁ ଦେଶରେ ସମ୍ମିଳିତ କରାଯିବା ଭଳି ଜାମ୍ମୁ କାଶ୍ମୀରରୁ ମଧ୍ୟ ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ ଦେଶ ସହ ସମ୍ମିଳିତ କରାଯାଇଛି ।ଏହି ଧାରା ଭାରତୀୟ ସମ୍ବିଧାନରେ ଏକ ତ୍ରୁଟି ଥିଲା,ଯାହାକୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି ।ଏହା ଦ୍ବାରା ଗୋଟିଏ ଦେଶ ଗୋଟିଏ ସମ୍ବିଧାନ ହେବା ସାଙ୍ଗକୁ ସମସ୍ତ ନାଗରିକଙ୍କ ସମାନ ଅଧିକାର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ଭବ ହୋଇଛି ।ଜାମ୍ମୁ କାଶ୍ମୀରରେ ଲଗାଯାଇଥିଲାବା କଟକଣା ମଧ୍ୟ ସମ୍ପୂର୍ଣ୍ଣ ସାମ୍ବିଧାନିକ ରହିଛି ଏବେ ସେଠାରେ ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି । ୭୨ ବର୍ଷ ପୂର୍ବେ ଯେଉଁ ଉନ୍ନତି ହେବାର ଥିଲା ତାହା ଏବେ ହେବ । ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିଷ୍ପତ୍ତି ଏୈାତିହାସିକ ।ଯେଉଁ ନେତା ଲୋକ ବା ପରିବାର ଏହାକୁ ବିରୋଧ କରୁଛନ୍ତି ସେମାନେ କେବେବି ଦେଶର ହିତରେ କହୁନାହାନ୍ତି ବୋଲି ସେ କହିଥିଲେ ।ଏହି ସଭାରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ନଗର ସଭାପତି ସତ୍ୟ ପ୍ରକାଶ ଆଚାର୍ଯ୍ୟ, ସ୍ଥାନୀୟ ବିଧାୟକ ବିହାରୀ ବିଷ୍ଣୋୟୀ, ସୁମିତ,ବିକାନେର ମେୟର ନାରାୟଣ ଚୋପ୍ରା , ଅନେକ ବିଜେପି ସଦସ୍ୟ ,ବୁଦ୍ଧିଜୀବୀ ଓ ଜନତା ଉପସ୍ଥିତ ଥିଲେ ।

ସେହିପରି ରାଷ୍ଟ୍ରିୟ ଏକତା ଅଭିଯାନ ଅନ୍ତର୍ଗତ ସମ୍ପର୍କ ଅଭିଯାନରେ ପଣ୍ଡା ହାଫିଜ ଫରମାନ ଅଲି ,ଏମ.ଏମ ଜ୍ୟୁରେସ ପ୍ରମୁଖ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟି ଧାରା ୩୭୦ ଉପରେ ଆଲୋଚନା କରିଥିଲେ ଏବଂ ଏ ସଂକ୍ରାନ୍ତ ପୁସ୍ତିକା ପ୍ରଦାନ କରିଥିଲେ । ସକାଳ ୭.୩୦ ରେ ପଣ୍ଡା ଏବଂ ମେଘୱାଲ ବିକାନେର ପହଞ୍ଚିବା ପରେ ତାଙ୍କୁ ଷ୍ଟେସନରେ ବିଜେପି ସଦସ୍ୟ ମାନେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ । ପରେ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଣ୍ଡା ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ଏହା ପରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ସ୍ମରଣୀୟ କରିବା ଉପଲକ୍ଷେ ବିଏସଏଫ ଦ୍ବାରା ଗୁଜୁରାଟରୁ ଆରମ୍ଭ ହୋଇଥିବା ସାଇକେଲ ଶୋଭାଯାତ୍ରାକୁ ପତାକା ଦେଖାଇ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ଆୟୋଜିତ ଏକ ସଭାରେ ସେ ବିଏସଏଫର ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଥିଲେ । ସେହିପରି ବିକାନେରସ୍ଥିତ ସଂସଦ ସେବା ଭବନ ତଥା ରାଷ୍ଟ୍ରମନ୍ତ୍ରୀ ମେଘୱାଲଙ୍କ ବାସଭବନ ଠାରେ ଆୟୋଜିତ ସର୍ବପ୍ରିୟ ଜନନେତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଏବଂଉପଲବ୍ଧି ଆଧାରିତ ନମୋ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ ।

Comments are closed.