Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିରରେ ଫାଟ!

ଭୁବନେଶ୍ୱର: ବିପଦସଙ୍କୁଳ ହୋଇପଡ଼ିଲାଣି ଲିଙ୍ଗରାଜ ମନ୍ଦିର। ମନ୍ଦିରର ଦଧିନଉତିରେ ଫାଟ ହୋଇଛି। ଏକଥା ଆମେ କହୁନାହୁଁ। ଫାଟ ହୋଇଥିବା ସମ୍ପର୍କରେ ଦେବୋତ୍ତର କମିଶନର ଏଏସଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ନେଇ ଏଏସଆଇ ଅବହେଳା କରୁଥିବା କମିଶନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରକାଶ ଯେ, ମୁଖ୍ୟ ମନ୍ଦିରରେ ଫାଟ ହୋଇଥିବାରୁ ବର୍ଷା ପାଣି ଗଳୁଛି। ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ ମଣ୍ଡପରେ ବି ଫାଟ ସୃଷ୍ଟି ହୋଇଛି। ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ବେଢାର ଅନେକ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ଏନେଇ ଏଏସଆଇକୁ କୁହାଯାଇଛି। ଏସବୁର ମରାମତି ଏକାନ୍ତ ଜରୁରୀ ବୋଲି କମିଶନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.