Odisha Link
Bridging the Missing Links in Odisha

ମୋଦିଙ୍କ ପରେ ଧୋନି

ନୂଆଦିଲ୍ଲୀ: ଲୋକପ୍ରିୟତାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ରହିଛନ୍ତି। ତାଙ୍କୁ ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି ବୋଲି କୁହାଯାଇଛି। ସର୍ଭେ ଏଜେନ୍ସି ୟୁ-ଗଭ୍ ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଏହା ଜଣାଯାଇଛି। ୟୁ-ଗଭ୍ ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ ୪୧ଟି ଦେଶର ୪୨ହଜାର ଲୋକଙ୍କୁ ନେଇ ଏହି ସର୍ଭେକ୍ଷଣ କରାଯାଇଥିଲା।

ଏହାର ଫଳାଫଳ ଅନୁଯାୟୀ ପୁରୁଷ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷରେ ରହିଥିବା ବେଳେ ମହିଳାଙ୍କ ତାଲିକାରେ ବକ୍ସର ମାରିକମ ଆଗରେ ଅଛନ୍ତି। ସର୍ଭେରେ ମୋଦୀଙ୍କୁ ୧୫.୬୬ ପ୍ରତିଶତ ଓ ମାରିକମଙ୍କୁ ୧୦.୩୬ ପ୍ରତିଶତ ନମ୍ବର ମିଳିଥିବା କୁହାଯାଇଛି ।ଏଥିରେ ପୁରୁଷଙ୍କ ତାଲିକାର ଦୁଇ ନମ୍ବରରେ ଅଛନ୍ତି ଜଣାଶୁଣା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ସେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କଠାରୁ ଆଗରେ ରହିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କୁ ୮.୫୮ ପ୍ରତିଶତ ନମ୍ବର ମିଳିଛି। ପୁରୁଷ ତାଲିକାରେ ତୃତୀୟ ସ୍ଥାନରେ ରତନ ଟାଟା ଥିବା ବେଳେ ଚତୁର୍ଥ ସ୍ଥାନରେ ବାରାକ ଓବାମା ରହିଛନ୍ତି।

ପଞ୍ଚମ ସ୍ଥାନରେ ବିଲ୍ ଗେଟସ୍ ଓ ଷଷ୍ଠ ସ୍ଥାନରେ ଅମିତାଭ ବଚ୍ଚନ ରହିଛନ୍ତି। ସପ୍ତମ ସ୍ଥାନରେ ସଚିନ ତେନ୍ଦୁଲକର ଓ ଅଷ୍ଟମରେ ବିରାଟ କୋହଲି ରହିଛନ୍ତି । ନବମ ସ୍ଥାନରେ ଶାହରୁଖ୍ ଖାନ ଏବଂ ଦଶମ ସ୍ଥାନରେ ରହିଛନ୍ତି ଜାକି ଚାନ୍।ମହିଳାଙ୍କ ତାଲିକାରେ ମାରିକମଙ୍କ ପରେ ଦ୍ୱିତୀୟ ସ୍ଥାନରେ କିରଣ ବେଦୀ ଓ ତୃତୀୟ ସ୍ଥାନରେ ଲତା ମଙ୍ଗେସକର ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଦିବଙ୍ଗତ ସୁଷମା ସ୍ବରାଜ ଏବଂ ପଞ୍ଚମ ସ୍ଥାନରେ ଦୀପିକା ପାଦୁକୋନ୍ ଅଛନ୍ତି ।

୧ ନରେନ୍ଦ୍ର ମୋଦି

୨ ମହେନ୍ଦ୍ର ସିଂ ଧୋନୀ

୩ ରତନ ଟାଟା

୪ ବାରାକ ଓବାମା

୫ ବିଲ୍ ଗେଟସ୍

୬ ଅମିତାଭ ବଚନ

୭ ସଚିନ ତେନ୍ଦୁଲକର

୮ ବିରାଟ କୋହଲି

୯ ଶାହାରୁକ ଖାନ

୧୦ ଜ୍ୟାକି ଚେନ୍

Comments are closed.