Odisha Link
Bridging the Missing Links in Odisha

ବିଜେପୁର ଲଢ଼େଇ ପାଇଁ କଂଗ୍ରେସରୁ ଦିଲୀପ ପଣ୍ଡା

ଭୁବନେଶ୍ୱର: ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲୀପ କୁମାର ପଣ୍ଡା ବିଜେପୁର ଉପନିର୍ବାଚନ ଲଢ଼ିବେ। ଏଆଇସିସି ଶ୍ରୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ବୁଧବାର ପିସିସି ପକ୍ଷରୁ ୫ ଜଣଙ୍କ ନାମ ଏଆଇସିସିକୁ ପଠାଯାଇଥିଲା। ଅଭିଷେକ ସେଠ, ଦିଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧିସ୍ମିତା ସୁଆର ଓ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ରବୀନ୍ଦ୍ର ପଣ୍ଡାଙ୍କ ନାମ ଏଆଇସିସିକୁ ଦିଆଯାଇଥିଲା। ଏଆଇସିସି ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ତର୍ଜମା କରାଯିବା ସହ ରାଜ୍ୟ କଂଗ୍ରେସର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ପରେ ବୁଧବାର ସଂଧ୍ୟାରେ ଦିଲୀପ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବ ବୋଲି ପ୍ରେସବିଜ୍ଞପ୍ତି ଜାରି କରାଯାଇଥିଲା।

Comments are closed.