Odisha Link
Bridging the Missing Links in Odisha

ଜୋର୍ ଧରିଲା ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି: ସମ୍ବଲପୁର ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରିଛି। ଆଜିଠାରୁ ୩ ଦିନିଆ ବନ୍ଦ ପାଳନ କରୁଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଓ ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ, ରାଜ୍ୟ ସରକାରଙ୍କ ନୀରବତା ପ୍ରତିବାଦରେ ବନ୍ଦ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୩ ଦିନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହିତ, ବ୍ୟାଙ୍କ, ବୀମା ପୋଷ୍ଟ ଅଫିସ୍ ବନ୍ଦ କରାଯିବା ସହ, ସମସ୍ତ କୋର୍ଟକୁ ଅଚଳ କରିବ ଓକିଲ ସଂଘ ।
ପଶ୍ଚିମ ଓଡିଶା ନାଗରିକ କମିଟି, ସମ୍ବଲପୁର ନାଗରିକ ପରିଷଦ ସହ, ୨ଶହରୁ ଅଧିକ ସଂଗଠନ ଏହି ବନ୍ଦରେ ସାମିଲ୍ ହେବାକୁ ସମ୍ମତି ଜଣାଇଥିବା କହିଛି ସିଏସି । ବନ୍ଦ ସମୟରେ, ଦୋକାନ ବଜାର, ଗାଡିଚଳାଚଳ ଓ ସମସ୍ତ ଶିକ୍ଷାନୁଷ୍ଠାନ ସ୍ବାଭାବିକ ରହିବ ବୋଲି ସିଏସି କହିଛି। ରାଜ୍ୟ ସରକାର ପଶ୍ଚିମ ଓଡିଶାର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା କରିବାକୁ ପୂର୍ବରୁ ଘୋଷଣା କରିଥିଲେ। ପୂର୍ବରୁ ସିଏସି ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୬ମାସ ଧରି ସମସ୍ତ ସରକାରୀ କାର୍ଯ୍ୟାଳୟ ଅଚଳ କରିବା ସହ, ଅର୍ଥନୈତକ ଅବରୋଧ କରିଥିଲା ।

Comments are closed.