ସ୍କୁଲରେ ପାଠ ପଢ଼ାଇଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା: ଚର୍ଚ୍ଚାରେ ନୂଆପଡ଼ା ଜିଲ୍ଲାପାଳ। କାରଣ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ କୋମନା ବ୍ଲକ୍ ଅନ୍ତର୍ଗତ ଭରୁଆମୁଣ୍ଡା ଓ ଟିକ୍ରାପଡ଼ା ସରାକାରୀ ସ୍କୁଲ ପରିଦର୍ଶରେ ଯାଇଥିଲେ। ସେଠାରେ ସ୍କୁଲର ପରିବେଶ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ପାଠପଢ଼ା ଏବଂ ଅନ୍ୟାନ୍ୟ ସୁବିଧା ଓ ଅସୁବିଧା କଥା ପଚାରି ବୁଝିଥିଲେ।
ଏହାପରେ ଜିଲ୍ଲାପାଳ ଟିକ୍ରାପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀକୁ ଯାଇ ଜିଲ୍ଲାପାଳ କିଛି ସମୟ ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସହ ପାଠ ପଢ଼ାଇଥିଲେ। ଅପରପକ୍ଷେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି।