Odisha Link
Bridging the Missing Links in Odisha

ନବୀନ ଓ ହରଦୀପଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ଜାଣନ୍ତୁ କଣ ପାଇଁ

ଭୁବନେଶ୍ବର: ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପରେ ମଞ୍ଜୁର ହୋଇଥିବା ଗଚ୍ଛିତ ଅର୍ଥ ସହରର ବିକାଶ କାର୍ଯ୍ୟରେ ଖର୍ଚ୍ଚ ନହୋଇ ପଡି ରହିବା ନେଇ ଗଭୀର ଚିନ୍ତା ବ୍ୟକ୍ତ କରି ଓଡ଼ିଶାର ମୁଖ୍ୟମବୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସହରାଂଚଳ ବିକାଶ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପୃଥକ ପୃଥକ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାମ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀଙ୍କ ବକ୍ତିଗତ ହସ୍ତକ୍ଷେପ ଦାବୀ କରିଛନ୍ତି ଶ୍ରୀ ପ୍ରଧାନ।

ଧର୍ମେନ୍ଦ୍ର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସୂଚନା ଅଧିକାର ନିୟମରେ ମିଳିଥିବା ତଥ୍ୟ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୫-୧୬ରୁ ୨୦୧୭-୧୮ ଆର୍ଥିକ ବର୍ଷରେ ରାଉରକେଲାର ବିକାଶ ପାଇଁ ୩୭୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ମାତ୍ର ଏହି ମୋଟ ଅର୍ଥରୁ ୨୨.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ଏହି ଅର୍ଥରୁ କନସଲଟାନ୍ସି ଓ ଦରମା ବାବଦରେ ୧୬.୩୭ କୋଟି ଟଙ୍କା ବ୍ୟୟ ହୋଇଥିବା ସୂଚନା ଅଧିକାରରେ ମିଳିଥିବା ତଥ୍ୟରେ ଉଲ୍ଲେଖ ଥିବା ଦର୍ଶାଇ ସେ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚୁର ଅର୍ଥ ବ୍ୟୟବରାଦ କରାଯାଇଥିବା ବେଳେ ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପର ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ ନକରିବା ମାମଲା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

Comments are closed.