Odisha Link
Bridging the Missing Links in Odisha

ଥମୁନି ପିଲା ଚୋରି ଗୁଜବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ପିଲା ଚୋରିର ଗୁଜବ। ଗୋଟିଏ ପରେ ଗୋଟିଏ ଗାଁକୁ ପିଲା ଚୋରି ଗୁଜବ ବ୍ୟାପିବାରେ ଲାଗିଛି। ଆଜି ଭୋରରୁ ନୂଆଗାଁ ବ୍ଲକ୍‌ର ମେନମେନା ପଞ୍ଚାୟତରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗାଁଲୋକେ ନିସ୍ତୁକ ମାଡ଼ ମାରି ପୁଲିସ୍‌ ଜିମା ଦେଇଛନ୍ତି।
ସେହିପରି ଗତ ବୁଧବାର ରାତିରେ ପିଲା ଚୋରି ସନ୍ଦେହରେ ସେହି ନୂଆଗାଁ ବ୍ଲକର କୋକେରମାରେ ଜଣେ ଯୁବକକୁ ମଧ୍ୟ ଗାଁ ଲୋକେ ନିସ୍ତୁକ ମାଡ ମାରିଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳକୁ ଆସିଥିବା ହାତିବରୀ ପୁଲିସ୍‌ ଟିମ୍‌କୁ ୪ଘଣ୍ଟା ଅଟକ ରଖିବା ପରେ ଲୋକେ ଛାଡିଥିଲେ। ଗତ ୧୫ ଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାରମ୍ବାର ଏପରି ଘଟଣା ଘଟୁଛି।

Comments are closed.