Odisha Link
Bridging the Missing Links in Odisha

କ୍ୟାବିନେଟ ବୈଠକରେ ନିଆଗଲା ଏହି ସବୁ ନିଷ୍ପତ୍ତି, ଜାଣନ୍ତୁ

ଭୁବନେଶ୍ବର: ଆଜି ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି କ୍ୟବିନେଟ ବୈଠକ। ଏହି ବୈଠକରେ ମୋଟ ୧୦ଟି ପ୍ରସ୍ତାବ ଅନୁମୋଦିତ ହୋଇଥିବା ସୂଚନା ରହିଛି।

  • ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କ୍ୟାବିନେଟରେ ଗୃହୀତ ହୋଇଛି। ଚଳିତବର୍ଷ ୬୦ ଲକ୍ଷ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ୪୧ ଳକ୍ଷ ଟନ୍‌ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ ଏସ୍‌ଏଚ୍‌ଜି ମହିଳା ସାମିଲ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି।
  • ଏଥିସହିତ ଚାଷୀଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ମିଳିବ ଧାନ ବିକ୍ରି ଟଙ୍କା। ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିଲା। ଗତବର୍ଷ ସଂଗ୍ରହ ଲକ୍ଷ୍ୟ ଥିଲା ୫୫ଲକ୍ଷ ଟନ୍, ଏବର୍ଷ ୫ଳକ୍ଷ ଟନ୍‌ ବୃଦ୍ଧି। ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବ ଏବଂ ସେଥିପାଇଁ ଲକ୍ଷ୍ୟଧାର୍ଯ୍ୟ ବୃଦ୍ଧି କରାଯାଇଛି ବୋଲି ନିଷ୍ପତ୍ତି ନିଆଯାଇଛି।
  • ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। ବସଷ୍ଟାଣ୍ହର ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟ ଟଙ୍କା। ୨ବର୍ଷରେ ବସ୍‌ଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଠିକା ସଂସ୍ଥା ଜରିଆରେ ୫ ବର୍ଷ ଯାଏଁ ଏହାର ପରିଚାଳନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।
  • କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।
  • ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍ ରାସ୍ତା ପାଇଁ ମଞ୍ଜୁରି, ୨୬ କିମି ରାସ୍ତା ପାଇଁ ଡିଏମଏଫରୁ ୧୧୭ କୋଟି ଟଙ୍କା ଦିଆଯିବ ବୋଲି ଜଣାଯାଇଛି। ରାଜ୍ୟର ୨ଟି ମେଡିକାଲ କଲେଜର ଆନୁସଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡରକୁ ମଧ୍ୟ ମଞ୍ଜୁରି ମିଳିଛି।
  • 32 ଜଣ କୋର୍ଟ ମ୍ୟନେଜରଙ୍କୁ ନିୟମିତ କରାଯିବ। ହାଇକୋର୍ଟ ଓ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ନିଷ୍ପତ୍ତି ନିଆଯାଇଛି।
  •  ବସୁଧା ଯୋଜନାରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ 90 ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ 149 କୋଟି 12 ଲକ୍ଷ ଖର୍ଚ୍ଚ ହେବ। ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ସରିବ ବୋଲି ନିଷ୍ପତ୍ତି ନିଆଯାଇଛି।
  •  ବଲାଙ୍ଗୀରରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ନିମନ୍ତେ 5ଶହ ଶଯ୍ୟା ବିଶିଷ୍ଟ ନିମନ୍ତେ ମେଡିକାଲ ପ୍ରତିଷ୍ଠା ହେବ। ଏଥିପାଇଁ 145 କୋଟି 60 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଦୁଇ ବର୍ଷ 6 ମାସ ମଧ୍ୟରେ କାର୍ଯ୍ୟ ସରିବ।
  • ବାଲେଶ୍ଵର ଡାକ୍ତରଖାନାରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ସକାଶେ 148 କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ 5ଶହ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ନିର୍ମାଣ ହେବ। ଏହି କାର୍ଯ୍ୟ ଦୁଇ ବର୍ଷ 6 ମାସ ମଧ୍ୟରେ ଶେଷ ହେବ।
  •  ବଲାଙ୍ଗୀରରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ନିମନ୍ତେ 5ଶହ ଶଯ୍ୟା ବିଶିଷ୍ଟ ନିମନ୍ତେ ମେଡିକାଲ ପ୍ରତିଷ୍ଠା ହେବ। ଏଥିପାଇଁ 145 କୋଟି 60 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଦୁଇ ବର୍ଷ 6 ମାସ ମଧ୍ୟରେ କାର୍ଯ୍ୟ ସରିବ।

Comments are closed.