Odisha Link
Bridging the Missing Links in Odisha

ଗୁଜବର ପର୍ଦ୍ଦାଫାସ୍‌: ସେ ପୁରୀ ଯୁବରାଜ ନୁହଁନ୍ତି

ପୁରୀ: ପୁରୀର ନୂଆ ଯୁବରାଜଙ୍କୁ ନେଇ ଫଟୋ ଭାଇରାଲ ପ୍ରସଙ୍ଗର ଖୁଲାସା ହୋଇଛି। ପୁରୀ ରାଜ ନଅର ପକ୍ଷରୁ ଯୁବରାଜ ଗୁଜବ ଉପରୁ ପର୍ଦ୍ଧାଫାସ କରାଯାଇଛି। ପୁରୀ ରାଜ ନଅର ପକ୍ଷରୁ ଫଟୋ ବିଷୟରେ ସ୍ପଷ୍ଟୀକରଣ ଦିଆଯାଇଛି। ଫଟୋଟି ନୀଳଗିରି ଯୁବୀରାଜାଙ୍କର ବୋଲି ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଟୋଟି ଯୁବରାଜ ଟିକାୟତ ଜନ୍ମେଜୟ ମର୍ଦ୍ଧରାଜଙ୍କର ବୋଲି ଜଣାଯାଇଛି। ଟିକାୟତ ଜନ୍ମେଜୟ ମର୍ଦ୍ଧରାଜ ନୀଳଗିରି ରାଜାଙ୍କର ଏମମାତ୍ର ସନ୍ତାନ। ଫଟୋଟି ତାଙ୍କ ନିର୍ବନ୍ଧ ସମୟର ବୋଲି ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୧୬ ଡିସେମ୍ବରରେ ତାଙ୍କ ନିର୍ବନ୍ଧ ହୋଇଥିବାବେଳେ ଫଟୋଟି ସେତେବେଳର ବୋଲି କୁହାଯାଇଛି। ବେଶ କିଛି ଦିନ ହେଲା ଉକ୍ତ ଫଟୋଟି ସୋସିଆଲ ମିଡିଆରେ ବୁଲୁଥିଲା। ଫଟୋରେ ପୁରୀ ଗଜପତି ଓ ମହାରାଣୀଙ୍କ ସହ ଜଣେ ଯୁବକ ରହିଛନ୍ତି। ସମ୍ପୃକ୍ତ ଯୁବକ ଗଜପତିଙ୍କ ଉତ୍ତରାଧିକାରୀ ବୋଲି ଗୁଜବ ଚାଲିଥିଲା ।
ତେବେ ଏହାକୁ ନେଇ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫଟୋକୁ ନେଇ କେହି ବଦମାସୀ କରିଛନ୍ତି। ଫଟୋଟି ୨୦୧୬ ମସିହାର। ମୋ ପୁଅ ନିର୍ବନ୍ଧ ସମୟରେ ଫଟୋଟି ଉଠାଯାଇଥିଲା। ପୁରୀ ରାଜା, ଢେଙ୍କାନାଳ ରାଜା ଆସିଥିଲେ। ଗ୍ରୁପ ଫଟୋ ଉଠିଥିଲା। କେହି ବଦମାସୀ କରି ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ କରିଛି। ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ କରି ଭାଇରାଲ କରିଛି।

Comments are closed.