Odisha Link
Bridging the Missing Links in Odisha

ମା’ ବନିବେ କଲ୍‌କି

ମୁମ୍ବାଇ:ଗଲି ବୟର ଅଭିନେତ୍ରୀ କଲ୍‌କି କୋଚଲିନ୍‌ଙ୍କ ଜୀବନରେ ଖୁସିର ଲହରି ଭରି ଯାଇଛି । ସେ ଖୁବ୍‌ ଶୀଘ୍ର ମା’ ବନିବାକୁ ଯାଉଛନ୍ତି ।ବର୍ତ୍ତମାନ ସେ ୫ମାସର ଗର୍ଭବତୀ ଅଛନ୍ତି । କଲ୍‌କି ୧୪ ଜାନୁୟାରୀ ୧୯୮୪ ମସିହାରେ ଜନ୍ମଗ୍ରଣ କରିଛନ୍ତି ଓ ତାଙ୍କୁ ଏବେ ୩୫ ବର୍ଷ ବୟସ ହୋଇଛି । କଲ୍‌କି ସାଧାରଣ ଡେଲିଭରୀ ନ କରି ଗୋୟାରେ ୱାଟର ବର୍ଥ ଜରିଆରେ ଡେଲିଭରୀ କରାଇବେ ।


ସେ ନିଜ ପ୍ରେମିକ ଗାଏ ହର୍ଷବର୍ଗଙ୍କୁ ଡେଟ୍‌ କରୁଥିଲେ । ଗାଏ ଇର୍ସାଏଲର ବାସିନ୍ଦା ଅଟନ୍ତି । ଏବେ ଦୁହେଁ ନିଜ ପ୍ରଥମ ଶିଶୁକୁ ଅପେକ୍ଷା କରି ଅଛନ୍ତି । କଲ୍‌କିଙ୍କ କହିବା ଅନୁଯାୟୀ, ମୁଁ ମୋ ସନ୍ତାନ ପାଇଁ ଏଭଳି ଏକ ନାଁ ବାଛିଛି, ଯାହା ଦୁଇଟି ଲିଙ୍ଗକୁ ସୂଚାଉଥିବ ।

Comments are closed.