କେନ୍ଦୁଝରରେ ଚାଲିଛି ଅସୁସ୍ଥ ମାଈ ହାତୀର ଚିକିତ୍ସା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଉପରସୁମୁଠ ଗାଁ ନିକଟରେ ପଡିରହିଥିବା ଅସୁସ୍ଥ ମାଈ ହାତୀର ଚିକିତ୍ସା ଚାଲିଛି। ଶିମିଳିପାଳ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ମୋବାଇଲ ୟୁନିଟ ୪ ଦିନ ହେଲା ହାତୀଟିର ଚିକିତ୍ସା ଚଳାଇଛନ୍ତି। ସିନିଅର ଭେଟନାରୀ ଡାକ୍ତର ବନ୍ଦିତା ଦାଶଙ୍କ ନେତୃତ୍ବରେ ଚିକିତ୍ସା ଚାଲିଛି। ହେଲେ ହାତୀକୁ ହରପିସ୍ ଭାଇରସ୍ କଥାକୁ ସେ ଅସ୍ବୀକାର କରିଛନ୍ତି। ଚିକିତ୍ସା ପରେ ହାତୀଟିର ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଛି। ହେଲେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ଅସୁସ୍ଥ ହାତୀଟିକୁ ସୁସ୍ଥ କରିବା ପାଇ ବନ ବିଭାଗ ଓ ଭେଟନାରୀ ଡାକ୍ତରଙ୍କ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି।
Comments are closed.