କୁପୋଷଣ ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରୟାସ ,ପ୍ରଦର୍ଶନୀ ହେଲା ଫଟୋ

ଭୁବନେଶ୍ୱର : ବର୍ତମାନ ସମୟରେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର କୁପୋଷଣ ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରୟାସ ଓ ପ୍ରତିବଦ୍ଧତା ନିମନ୍ତେ ଆବଶ୍ୟକ ସହାୟତା ପାଉଛନ୍ତି, ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସିତ କରିବା ସହିତ ପୋଷଣ ସମ୍ବନ୍ଧୀୟ ଆପତିଗୁଡିକର ସମାଧାନ ନିମନ୍ତେ ଭୁବନେଶ୍ୱର ଠାରେ ଏକ ଫଟୋ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ମହେଶ ସାହୁ, ମାନ୍ୟବର ସାଂସଦ, ଲୋକସଭା, ଢେଙ୍କାନାଳ ଏହି ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅମର ପଟ୍ଟନାୟକ, ମାନ୍ୟବର ସାଂସଦ, ରାଜ୍ୟସଭା, ସୁଲତା ଦେଓ, ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡିଶା ସରକାର, ଡଃ ସିପ୍ରା ମଲ୍ଲିକ, ସଦସ୍ୟ, ଓଡିଶା ରାଜ୍ୟ ଖାଦ୍ୟ କମିସନ୍, ଓଡିଶା ସରକାର, କୁନା ତ୍ରିପାଠୀ, ଅଧ୍ୟକ୍ଷ, ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବଂ ବିଦ୍ୟୁତ୍ ମହାନ୍ତି, ସଚିବ, ଏସ୍ପିଆର୍ଇଏଡି ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଦୀପ ମିଶ୍ର ଏହି ଉଦଘାଟନ ସମାରୋହକୁ ପରିଚାଳନା କରିଥିଲେ । ଏହି ଅବସରରେ ଢେଙ୍କାନାଳର ମାନ୍ୟବର ସାଂସଦ ମହେଶ ସାହୁ କହିଥିଲେ ଯେ ରାଜ୍ୟରେ ବଳିଷ୍ଠ ରାଜନୈତିକ ନେତୃତ୍ୱ ଦ୍ୱାରା କୁପୋଷଣ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡିକୁ ଉପସ୍ଥାପନା କରାଯିବା ସହିତ ଏହାର ସ୍ଥାୟୀ ସମାଧାନ ମଧ୍ୟ କରାଯାଇପାରିବ । ଅପହଂଚ ଅଂଚଳରେ ଅଧିକ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲି ବୋଲି ମଧ୍ୟ ସେ କହିଥିଲେ ।
ରାଜ୍ୟ ସରକାରଙ୍କ ସହ ଭାଗୀତାରେ ମୁଁ ଏପରି କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି କାରଣ ଅଙ୍ଗନୱାଡି କେନ୍ଦ୍ରଗୁଡିକ ପୋଷଣ ସମ୍ବନ୍ଧୀୟ ଯୋଜନାଗୁଡିକୁ ପ୍ରାବଧାନ ପ୍ରଦାନ କରିବାରେ ଏକ ନୋଡାଲ୍ କେନ୍ଦ୍ର ଅଟେ ଏବଂ ଆମକୁ ଏହା ସୁନିଶ୍ଚିତ କରିବାର ଅଛି ଯେପରି ଏହି କେନ୍ଦ୍ରଗୁଡିକ ସଠିକ୍ ଭାବରେ କାର୍ଯ୍ୟ କରନ୍ତି ବୋଲି ସେ ଆହୁରି ମଧ୍ୟ କହିଥିଲେ । ଆଜି ସାରା ଭାରତ ବର୍ଷରେ ଓଡିଶା ପୋଷଣ ଚାମ୍ପିଅନ୍ର ମାନ୍ୟତା ହାସଲ କରିଛି ଏବଂ ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଆୟୋଜକ ଏହା କହିବାକୁ ଚାହୁଁଛନ୍ତି ଯେ ପୋଷଣ କ୍ଷେତ୍ରରେ ସମଗ୍ର ଦେଶରେ ଏକ ରୋଲ୍ ମଡେଲ୍ ସାଜିବା ଏବଂ ଏ ଦିଗରେ ନେତୃତ୍ୱ ନେବା ପାଇଁ ରାଜ୍ୟକୁ ଆଉ କିଛି କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି ।
କ୍ଲୋଜ୍ ଦି ଗ୍ୟାପ୍: ଏ ଫଟୋ ଏସେ ଅନ୍ ଅନୁଗୁଳସ୍ ଫାଇଟ୍ ଏଗ୍ନେଷ୍ଟ୍ ଅଣ୍ଡର୍ ନ୍ୟୁଟ୍ରିସନ୍ ଶୀର୍ଷକ ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଦିଲ୍ଲୀ ନିବାସୀ ପୁରସ୍କାର ବିଜେତା ଆଲୋକ ଚିତ୍ରକାର ଅନିନ୍ଦିତ୍ୱ ମୁଖାର୍ଜୀ ଏବଂ ରବି ଚୌଧୁରୀଙ୍କ କ୍ୟାମେରା ଦ୍ୱାରା ଉତୋଳିତ ଅନୁଗୁଳ ଜିଲ୍ଲାର ଗୋଷ୍ଠୀ ସମୂହଙ୍କ ପୋଷଣ ସମ୍ବନ୍ଧୀୟ ଅଭିଜ୍ଞତାକୁ ପ୍ରଦର୍ଶିତ କରାଯାଇଥିଲା । ଚାରିଗୋଟି ଉଦ୍ୟୋଗ ଯଥା ଆଇପିଇ ଗ୍ଲୋବାଲ୍, ଏପିଏଏ (ଅନୁଗୁଳ ପୁଷ୍ଟି ଅଧିକାର ଅଭିଯାନ), ଏସ୍ପିଆର୍ଇଏଡି (ଗ୍ରାମୀଣ ଶିକ୍ଷା ଏବଂ ବିକାଶକୁ ପ୍ରୋତ୍ସାହିତ କରୁଥିବା ଗୋଷ୍ଠୀ) ଏବଂ ମାଇଁ ସିଟି ଲିଙ୍କସ୍ର ମିଳିତ ଆନୁକୂଲ୍ୟରେ ଏହି ଭବ୍ୟ ସମାରୋହ ଆୟୋଜନ କରାଯାଇଥିଲା । ଏହି ଫଟୋ ଚିତ୍ରଗୁଡିକ ମାଧ୍ୟମରେ ପ୍ରତିଦିନ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଠାରୁ ପୋଷଣ ସମ୍ପର୍କିତ ସେବା ପାଇବା ପାଇଁ ସଘଂର୍ଷ କରୁଥିବା ଏବଂ ଆଶାୟୀ ବ୍ୟକ୍ତିମାନଙ୍କର କାହାଣୀକୁ ସ୍ଥାନିତ କରାଯାଇଥିଲା ।
କୁପୋଷଣର ବ୍ୟାପକତା ସମାଜରେ ଅସମାନତାର ପ୍ରତୀକ ଅଟେ ଏବଂ ଅତ୍ୟନ୍ତ ଅପହଂଚ ଲୋକଙ୍କୁ କେନ୍ଦ୍ରିତ କରି ଯଦି କୌଣସି ସମାଧାନର ପନ୍ଥା ସ୍ଥିର କରାନଯାଏ ତେବେ ଏହି ବ୍ୟବଧାନ ବୃଦ୍ଧି ପାଇବାର ମହାନ ବାର୍ତାକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ଆଇପିଇ ଗ୍ଲୋବାଲ୍ ଲିମିଟେଡ୍ର ସହାୟିକା ନିର୍ଦ୍ଦେଶିକା ନେହା ସୈଗଲ୍ କହିଥିଲେ ଯେ ଆମର ବିଶ୍ୱାସ ଯେଉଁ ଅପହଂଚ ଗୋଷ୍ଠୀ ସମୁଦାୟଙ୍କ ହିତସାଧନ ପାଇଁ ଆମେ କାର୍ଯ୍ୟ କରୁଛୁ ସେମାନେ ଏହି ପ୍ରଦର୍ଶନୀ ଦ୍ୱାରା ପୋଷଣ ସମ୍ବନ୍ଧୀୟ ସମ୍ଭାବିତ ସମାଧାନ ପାଇବା ସହିତ ସେମାନଙ୍କ ସହିତ ଥିବା ବ୍ୟବଧାନ ମଧ୍ୟ ହ୍ରାସ କରାଯାଇପାରିବ । ରାଜ୍ୟରେ ଥିବା ଗରିବ, ଅନୁସୂଚିତ ଜାତି (ଏସ୍ଟି) ଏବଂ ବିଶେଷ ଭାବରେ ଅବହେଳିତ ଜନଜାତି ସମୁଦାୟ (ପିଭିଟିଜି) ଙ୍କ ମଧ୍ୟରେ ପୋଷଣର ଅନ୍ତରକୁ କମ୍ କରିବା ପୂର୍ବକ ଓଡିଶା ଅନ୍ୟ ରାଜ୍ୟମାନଙ୍କ ନିମନ୍ତେ ଏକ ରୋଲ୍ ମଡେଲ୍ ସାଜିବାର ଯଥେଷ୍ଟ କ୍ଷମତା ରହିଛଇ ବୋଲି ମଧ୍ୟ ସେ କହିଥିଲେ ।
Comments are closed.