‘ତୁଫାନ୍’ର ପ୍ରଥମ ପୋଷ୍ଟର ରିଲିଜ

ନୂଆଦିଲ୍ଲୀ : ରକେଶ ଓମ ପ୍ରକାଶ ମେହେରଙ୍କ ନିର୍ଦ୍ଦେଶିତ ସିନେମା ‘ତୁଫାନ୍’ର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି। ସିନେମାଟି ମହାରାଷ୍ଟ୍ରର ଜଣେ ବକ୍ସର ଧର୍ମେଶ ପାଟିଲଙ୍କ ଉପରେ ଆଧାରିତ ହେଇଛ । ଏହି ସିନେମାରେ ‘ଭାଗ୍ ମିଲ୍ଖା ଭାଗ୍’ର ଅଭିନେତା ଫରହାନ ଅଖ୍ତର ମୁଖ୍ୟ ଭୂମିକାରେ ନଜର ଆସିବେ । ସିନେମାଟିକୁ ଅଞ୍ଜୁମ ରାଜାବଳି ଲେଖିଛନ୍ତି ଓ ପରେଶ ରାୱଲ ,ଇଷା ତଲଵା ମୃଣାଲ ଠାକୁର ,ଫରହାନ ଅଖ୍ତର ଆଦି କଳାକରଙ୍କୁ ଦେଖିବାକୁ ମିଳିବ ।
ରାକେଶ ଓମପ୍ରକାଶ ଓ ଫରହାନ ସିନେମା ‘ଭାଗ୍ ମିଲ୍ଖା ଭାଗ୍’ ରେ ଏକାଠି କାମ କରିସାରିଛନ୍ତି। ଫରହାନ ନିଜର ପ୍ରଥମ ଲୁକର ପୋଷ୍ଟରକୁ ଶେୟାର କରିଛନ୍ତି ଓ ଏହି ପୋଷ୍ଟରରେ ସେ ଜଣେ ବକ୍ସର ଭୂମିକାରେ ନଜର ଆସିଛନ୍ତି। ଫରହାନ ଏହି ସିନେମାଟି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରିଥିଲେ। ଏହି ଫଟୋରି ତାଙ୍କର ପରିଶ୍ରମ ଖୁବ ଭଲ ଭାବରେ ନଜରେ ଆସିଛି । ‘ତୁଫାନ୍’ ସିନେମାଟି ଆସନ୍ତା ବର୍ଷ ଅକ୍ଟୋବର ୨ ତାରିଖରେ ପରଦାକୁ ଆସିବ।
Comments are closed.