Odisha Link
Bridging the Missing Links in Odisha

‘ଉଜଡ଼ା ଚମନ’ରେ ସନୀ ସିଂହଙ୍କ ଅଜବ ଲୁକ୍

ମୁମ୍ବଇ :ବଲିଉଡ ନିର୍ଦ୍ଦେଶକ ଅଭିଷେକ ପାଠକ ଙ୍କ ସିନେମା ‘ଉଜଡ଼ା ଚମନ’ର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ଦନିଶ ଜେ ସିଂ ସିନମାଟି କୁ ଲେଖିବା ସହ ମଙ୍ଗତ ପାଠକ ପ୍ରଯୋଜନା ଦେଇଛନ୍ତି । ଏହି ସିନେମାରେ ଲୋକପ୍ରିୟ ଅଭିନେତା ସନୀ ସିଂହ ନଜର ଆସିବେ । ସେ ‘ପ୍ୟାର୍‍ କା ପଞ୍ଚନାମା-୨’ ସିନେମାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ସିନେମାଟିରେ ତାଙ୍କୁ ୩୦ ବର୍ଷ ହୋଇଛି ଓ ପରିବାର ଲୋକ ତାଙ୍କ ପାଇଁ ବିବାହ ପ୍ରସ୍ତାବ ଖୋଜୁଛନ୍ତି ।

ପୋଷ୍ଟରଟିରେ ସନୀ ଚନ୍ଦା ମୁଣ୍ଡରେ ନଜର ଆସିଛନ୍ତି। ସିନେମାଟି କମେଡ଼ି ଭରପୁର ମାତ୍ରାରେ ଭରି ରହିଛି। ମାନବୀ ଗଗରୁ, କରିଶ୍ମା ଶର୍ମା ଓ ଐଶ୍ୱର୍ଯ୍ୟା ସଖୁଜା ଅଭିନେତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ସିନେମାଟି ଚଳିତ ବର୍ଷ ୮ ନଭେମ୍ବରେ ପରଦାକୁ ଆସିବ।

Comments are closed.