ଇନୋଭା ସହ ଧକ୍କା ହେବା ପରେ ସ୍କୁଟିକୁ ଚାପି ଦେଲା ଟ୍ରକ୍

ରାଉରକେଲା: ରାଉରକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଲାଠିକଟା ଥାନା ସୁଇଡିରେ ଘଟିଛି ଦୁର୍ଘଟଣା। ଇନୋଭା ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ସ୍କୁଟିକୁ ଚାପି ଦେଲା ଟ୍ରକ୍। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।
Comments are closed.