Odisha Link
Bridging the Missing Links in Odisha

ସୈନିକସ୍କୁଲ କ୍ୟାଡେଟ୍ ମାନଙ୍କର ବାଧାଅତିକ୍ରମଣ ପ୍ରତିଯୋଗିତା

ଭୁବନେଶ୍ବର: କଟାରି ହାଉସ୍ ,ଅର୍ଜ୍ଜୁନହାଉସ୍ ,ମାନେକ୍ସା ହାଉସ୍ ଏବଂ କାରିଆପା ହାଉସ୍ର ବରିଷ୍ଠ କ୍ୟାଡେଟ୍ ମାନଙ୍କ ମଧ୍ୟରେ ବାଧାଅତିକ୍ରମଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତି ହାଉସରୁ ୧୬ ଜଣ ଲେଖାଏଁ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଭାରତୀୟ ପ୍ରତିରକ୍ଷା ବିଭାଗରେ ଅଫିସର ଭାବରେ ଯୋଗ ଦେବାପାଇଁ ଆଶାୟୀ ପ୍ରତ୍ୟେକ ଶିକ୍ଷାର୍ଥୀ ପାଇଁ ଏହି ଶାରୀରିକ ପ୍ରତିଯୋଗିତାର ଆବଶ୍ୟକତା ଅଛି ।ଏହା କ୍ୟାଡେଟମାନଙ୍କର ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି କରିଥାଏ । ଏହି ପ୍ରତିଯୋଗିତା ସୈନିକସ୍କୁଲରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଏହାର ଲକ୍ଷ୍ୟ ଶିକ୍ଷାର୍ଥୀ ମାନଙ୍କର ଦଳଗତ ମନୋଭାବ ଏବଂ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ସହିତ ଯେକୌଣସି ଅସହଜ କଠିନ ପରିସ୍ଥିତିର ସମ୍ମୁଖୀନ ହେବାର ସାହସ ସଂଚୟ କରିବା ।

ଏହି ବାଧା ଅତିକ୍ରମଣ ପ୍ରତିଯୋଗିତାରେ ଟାଇଗର ଜମ୍ପ୍ ,ଦଶଫୁଟ ପ୍ରାଚୀର ବର୍ମା ବ୍ରିଜ୍ ଅତିକ୍ରମ କରିବା ଏବଂ ମଙ୍କିକ୍ରଲ୍ ପ୍ରଭୃତି ୧୬ଟି ଅତିକ୍ରମଣ ସ୍ଥାନ ଥାଏ । ଏସବୁକୁ ପ୍ରତିଯୋଗୀମାନେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅତିକ୍ରମ କରିବା ଆବଶ୍ୟକ । ଏହା ଏନ୍.ଡି.ଏ.ରେ ପ୍ରବେଶ ନିମିତ ଅନୁଷ୍ଠିତ ସର୍ଭିସ୍ ସିଲେକ୍ସନବୋର୍ଡ ପାଇଁ ଆବଶ୍ୟକ । ଆଜିର ଏହି ପ୍ରତିଯୋଗିତାରେ ଅର୍ଜ୍ଜୁନ ହାଉସ୍ ପ୍ରଥମ ହୋଇଥିବା ବେଳେ , ମାନେକ୍ସା ହାଉସ୍ ଦ୍ୱିତୀୟ ସ୍ଥାନ ଲାଭ କରିଥିଲା । ଏହିପ୍ରତିଯୋଗିତା ସି.ଏଚ୍.ଏମ୍.ଅଜିତକୁମାରଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏଥିରେ ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍କ୍ୟାପ୍ଟେନ୍ ଡୋମିନିକ୍ ରାୟନ୍ , ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ , ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା , ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ , ସମସ୍ତ ହାଉସ୍ ମାଷ୍ଟର , ୬୦୦ କ୍ୟାଡେଟ୍ ଏବଂ ଅନ୍ୟ କର୍ମଚାରୀଗଣ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

Comments are closed.