Odisha Link
Bridging the Missing Links in Odisha

ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ, ଇତିହାସ ରଚିବ ଭାରତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଖୁସି ଓ ଗର୍ବର ଦିନ। କାରଣ ଗୋଟିଏ ପଟେ ସମଗ୍ର ଦେଶ ପବିତ୍ର ଦଶହରା ପାଳନ କରୁଛି। ସେହିପରି ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଖୁସି ମଧ୍ୟରେ ଭାରତ ମଧ୍ୟ ଇତିହାସ ରଚିବାକୁ ଯାଉଛି। କାରଣ ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଆଣିବେ। ଏଥିପାଇଁ ସେ ଫ୍ରାନ୍ସରେ ପହଞ୍ଚି ଯାଇଛନ୍ତି।

ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଇଁ ଗାଜିଆବାଦର ହିଣ୍ଡୋନ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାୟୁସେନା ପାଖରେ ଥିବା ବିଭିନ୍ନ ପରିବହନ ବିମାନ, ହେଲିକପ୍ଟର ଓ ଯୁଦ୍ଧ ବିମାନ ନିଜର ପରାକ୍ରମ ଦେଖାଇବେ। ଏଥିରେ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଯୋଗଦେବେ। ଆଜିର ପ୍ରତିଷ୍ଠା ଦିବସ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ କରି ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଭାରତୀୟ ବାୟୁସେନାର ସାହାସକୁ ପ୍ରଶଂସା କରିଛନ୍ତି। ଏଥିସହ ବାୟୁସେନାର ପରାକ୍ରମ ସମ୍ବଳିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭରୁ ଆକାଶ ଗଙ୍ଗା ଟିମର ସ୍କାଏ ଡ୍ରାଇଭରସମାନେ ଆକାଶରେ ପତାକା ଉତ୍ତୋଳନ କରିବେ। ସେମାନଙ୍କୁ ଏନ୍‌-୩୨ ବିମାନରୁ ଲମ୍ଫ ମାରି ପରାକ୍ରମ ଦେଖାଇବାକୁ ପଡ଼ିବ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ବାୟୁସେନାରେ ନୂଆ କରି ସାମିଲ ହୋଥିବା ଆପାଚି ହେଲିକପ୍ଟର ଓ ଚିନୁକ୍ ପରିବହନ ହେଲିକପ୍ଟର। ଏହି ଦୁଇଟି ହେଲିକପ୍ଟର କେମିତି କାର୍ଯ୍ୟ କରିବେ, ସେକଥା ଆଜି ବାୟୁସେନା ପକ୍ଷରୁ ସମଗ୍ର ବିଶ୍ୱକୁ ପ୍ରଦର୍ଶିତ କରାଯିବ।

Comments are closed.