Odisha Link
Bridging the Missing Links in Odisha

ଚେତାବନୀ ଦେଲା ଆଇଏମଏଫ୍, ଦେଶର ଆର୍ଥିକ ଅବସ୍ଥା ଖରାପ

ନୂଆଦିଲ୍ଲୀ: ସାରା ବିଶ୍ଵ ମାନ୍ଦାବସ୍ଥା କବଳରେ ପଡ଼ିଛି। ବିଶ୍ଵବ୍ୟାପୀ ଅଭିବୃଦ୍ଧି ହ୍ରାସ ପାଇଛି। ତେବେ ଏହାର ପ୍ରଭାବ ଭାରତ ଉପରେ ସର୍ବାଧିକ ରହିବ ବୋଲି ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)। ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି।

ସେ କହିଛନ୍ତି ଯେ, ମାନ୍ଦାବସ୍ଥା କାରଣରୁ ୯୦ ପ୍ରତିଶତ ଦେଶର ବିକାଶ ଗତି ଧିମା ରହିବ। ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ଅଗ୍ରସର ହେଉଥିବାରୁ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ଏଠାରେ ଅଧିକ ଦେଖାଯିବ ବୋଲି ସେ କହିଛନ୍ତି। ବୁଲଗେରିଆର ଅର୍ଥନୈତିଜ୍ଞ କ୍ରିଷ୍ଟାଲିନା ନିକଟରେ ଆଇଏମଏଫ ନିର୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଗାମୀ ସପ୍ତାହରେ ଆଇଏମଏଫ ଏବଂ ବିଶ୍ଵବ୍ୟାଙ୍କ ପକ୍ଷରୁ ହେବାକୁ ଥିବା ମିଳିତ ବୈଠକରେ ଦୁଇ ସଂସ୍ଥାର ମୁଖ୍ୟ ଅର୍ଥବ୍ୟବସ୍ଥାର ଆକଳନ ସମ୍ପର୍କରେ ବିବୃତି ଦେବେ। ଏହି ବୈଠକରେ ବିଶ୍ଵର ବଡ଼ ବଡ଼ କେନ୍ଦ୍ରୀୟ ବ୍ୟାଙ୍କର ଏବଂ ଅର୍ଥମନ୍ତ୍ରୀମାନେ ସାମିଲ ହେବେ।

Comments are closed.