Odisha Link
Bridging the Missing Links in Odisha

ଏସପିଙ୍କ ଗାଡ଼ିକୁ ପିଟିଲା ଟ୍ରକ

କେନ୍ଦୁଝର: ତୁରୁମୁଙ୍ଗା ଥାନା ଝାରବେଡା ଛକରେ ଏକ ଟ୍ରକ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ରଙ୍କ ଗାଡିକୁ ଧକ୍କା ଦେଇଛି । ଫଳରେ ଗାଡିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏସପି ଅଳ୍ପକେ ବର୍ତ୍ତି ଥିବା ଜଣାପଡିଛି। ତେବେ ଏହି ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରାୟ ୧୨ଟା ସମୟରେ ଏସପି କେନ୍ଦୁଝରରୁ ତୁରୁମୁଙ୍ଗା ଥାନା ପରିଦର୍ଶନରେ ଯାଉଥିଲେ। ଏହି ସମୟରେ ଝାରବେଡ଼ା ଛକରେ ଏକ ୧୦ ଚକିଆ ଟ୍ରକ୍ ତାଙ୍କ ଗାଡ଼ିର ମୁହାଁମୁହିଁ ଧକ୍କା ହେଇଥିଲା। ସୌଭାଗ୍ୟବଶତଃ ଏସପି ବଞ୍ଚିଯାଇଥିଲେ। କିନ୍ତୁ ଏସ୍ପି ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ବେଳେ ଏସ୍‌ପି ଗାଡ଼ି ଆଗରେ ବସିଥିଲେ।

Comments are closed.