Odisha Link
Bridging the Missing Links in Odisha

ଅର୍ବିଟର ମାପିଲା ସୂର୍ଯ୍ୟଙ୍କ ତାପମାତ୍ରା

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ଏବେ ଚନ୍ଦ୍ର ଚାରିପଟେ ବୁଲୁଛି। ଚନ୍ଦ୍ରର ସମସ୍ତ ଫଟୋ ପୃଥିବୀକୁ ପଠାଇବା ସହିତ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରି ଏକପାଖିଆ ହୋଇ ପଡ଼ିଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ମଧ୍ୟ ସୂଚନା ଦେଉଛି। ମହାକାଶର ସ୍ଥିତି ଜାଣିବା ପାଇଁ ଇସ୍ରୋର ମୁଖ୍ୟ ମାଧ୍ୟମ ଏବେ ଅର୍ବିଟର ପାଲଟିଛି।

ହେଲେ ଏହାରି ମଧ୍ୟରେ ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ସୂର୍ଯ୍ୟଙ୍କ ତାପମାତ୍ରା ମାପିଛି। ଅର୍ବିଟର ୩୦ ସେପ୍ଟେମ୍ୱରରୁ ୧ ଅକ୍ଟୋବର ମଧ୍ୟରେ ସୂର୍ଯ୍ୟ କିରଣ ବାବଦରେ ଗବେଷଣା କରିଥିଲା। ଏହି ସମୟରେ ସୂର୍ଯ୍ୟଙ୍କ ତାପମାତ୍ରା ପୂର୍ବ ଅପେକ୍ଷା କମ୍ ରହିଥିବା ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ, ସୂର୍ଯ୍ୟ ପ୍ରତି ୧୧ ବର୍ଷରେ ତା’ର ତାପମାତ୍ରାରେ ପରିବର୍ତ୍ତନ କରିଥାଏ।

ଯଦି ସୂର୍ଯ୍ୟଙ୍କ ଦେହରେ ଅଧିକ କଳା ଦାଗ ରହିଥିବ ତାହେଲେ ସୂର୍ଯ୍ୟ କିରଣର ତାପମାତ୍ରା ଅଧିକ ରହିଛି ବୋଲି ବୁଝିବାକୁ ହେବ। ଏହାକୁ ସୋଲାର ମାକ୍ସିମା କୁହନ୍ତି। ଯଦି ଏହାର ଓଲଟା ଅର୍ଥାତ୍ ସୂର୍ଯ୍ୟ ସଫା ଦେଖାଯାଉଥିବେ ତାହେଲେ ଏହାକୁ ସୋଲାର ମିନିମା ବୋଲି କୁହାଯିବ।