Odisha Link
Bridging the Missing Links in Odisha

ପଞ୍ଚାୟତ ଅର୍ଥ ଚଳୁ ଅଭିଯୋଗରେ ଗିରଫ ହେଲେ ସରପଞ୍ଚ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ପିଇଓ ଏବଂ ସରପଞ୍ଚ ଉଭୟ ମିଳିତ ଭାବେ ପଞ୍ଚାୟତକୁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ଆସିଛି। ଘଟଗାଁ ବ୍ଲକ୍ ପ୍ରଶାସନ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ଗତ କିଛି ଦିନ ତଳେ ପଞ୍ଚାୟତକୁ ଯାଇ କୌଣସି କାଗଜ ପତ୍ର ପାଇ ନଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲା।
ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବା ସହିତ ବ୍ୟାଙ୍କ୍ ଷ୍ଟେଟମେଣ୍ଟକୁ ଯାଞ୍ଚ କରିବା ପରେ ସରପଞ୍ଚ ଓ ପିଇଓ ମିଳିତ ଭାବରେ ପାଖାପାଖି ୨୨ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡିଥିଲା। ତାପରେ ଏ ବାବଦରେ ଜିଲ୍ଲା ପ୍ରଶାସନ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ବିଡିଓଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ତେବେ ବିଡିଓ ଘଟଗଁ। ଥାନାରେ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ ଗତକାଲି ରାତିରେ ପିପିଳିଆ ପଞ୍ଚାୟତ ସରପଞ୍ଚଙ୍କୁ ଗିରଫ କରିଛି। ସେପଟେ ନିଲମ୍ବିତ ପିଇଓ ଫେରାର ଥିବା ସୂଚନା ମିଳିଛି।

Comments are closed.