ଗଞ୍ଜେଇ ବୋଝେଇ ହାଇଓ୍ବା ଜବତ

ବଲାଙ୍ଗୀର: ବଲାଙ୍ଗୀର ଆରଟିଓ ଅଫିସ ଛକରେ ଗଞ୍ଜେଇ ବୋଝେଇ ହାଇଓ୍ବା ଟ୍ରକ୍ ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏସଡିପିଓଙ୍କ ନେତୃତ୍ବରେ ଟ୍ରକ୍କୁ ଜବତ କରିଛି ବଲାଂଗୀର ପୋଲିସ। ଟ୍ରକ୍ ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଟ୍ରକ୍ରୁ ୩୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଜଣାପଡିଥିବା ବେଳେ ମାଲକାନଗିରିରୁ ଭୁବନେଶ୍ବର ଯାଉଥିବା ଜଣାପଡିଛି।