Odisha Link
Bridging the Missing Links in Odisha

୨ ସ୍କୁଲ ଛାତ୍ରୀଙ୍କୁ ଅପହରଣ !

ପଟ୍ଟାମୁଣ୍ଡେଇ: ଦୁଇ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶୁଣ୍ଢୀୟ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀ ଅପହୃତ । ଦୁଇ ଛାତ୍ରୀ ଚତୁର୍ଥ ଶ୍ରେଣୀର ଅନୀତା ବାରିକ ଓ ପଞ୍ଚମ ଶ୍ରେଣୀର ଅନ୍ନପୂର୍ଣ୍ଣା ମଣ୍ଡଳ । ଦୁହିଁଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମୋଚିପଡା ଗାଁରେ ।

ସ୍କୁଲ ଯାଉଥିବା ବେଳେ ଲିଫ୍ଟ ଦେବାକୁ କହି କେହି ବାଇକ୍ ଆରୋହୀ ନେଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଛନ୍ତି ଉଭୟ ଛାତ୍ରୀଙ୍କ ପରିବାରଲୋକ । ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.