ରେଳ ସୁରକ୍ଷାକୁ ନେଇ ଚିନ୍ତା

ଭୁବନେଶ୍ବର: ଆଜି ଡିଜି କ୍ୟାମ୍ପ ଅଫିସ୍ରେ ରେଳ ସୁରକ୍ଷା ବୈଠକ ବସିଛି। ପୋଲିସ ଡିଜି ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ରେଲଓ୍ବେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରୀ ମାନଙ୍କର ସୁରକ୍ଷା, ମାଓ ଉପଦ୍ରୁତ ଅଞ୍ଚଳରେ ରେଳ ସୁରକ୍ଷା କିପରି କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।